ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ : ଏଥର ଥିମ ରହିଛି“ଭିନ୍ନକ୍ଷମଙ୍କ ସହଭାଗିତା ଏବଂ ନେତୃତ୍ୱକୁ ପ୍ରେତ୍ସାହିତ କରିବା”

Published By : Prameya-News7 Bureau | December 03, 2019 IST

ଭୁବନେଶ୍ବର ୦୩।୧୨: ଆଜି ହେଉଛି ବିଶ୍ୱ ଭିନ୍ନକ୍ଷମ ଦିବସ । ୧୯୯୨ ମସିହାରୁ ଡିସେମ୍ବର ମାସ ୩ ତାରିଖ ଦିନ ପ୍ରତିବର୍ଷ ସାରାବିଶ୍ୱରେ ପାଳିତ ହୋଇଆସୁଛି । ଏହାର ଉଦ୍ଦେଶ୍ୟ ହେଉଛି ସମାଜରେ ସଚେତନତା ଜାଗ୍ରତ କରିବା, ଭିନ୍ନକ୍ଷମତାକୁ ବୁଝିବା, ଗ୍ରହଣ କରିବା, ସେମାନଙ୍କର ସଫଳତା ଏବଂ ଯୋଗଦାନକୁ ମାନିବା, ମନେଇବା ଓ ସେମାନଙ୍କର ଆତ୍ମବଳ ଏବଂ ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ।

{"id":193197,"sizeSlug":"large"}

ଏଥର ଭିନ୍ନକ୍ଷମ ଦିବସର ଥିମ ରହିଛି “ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସହଭାଗିତା ଏବଂ ନେତୃତ୍ୱକୁ ପ୍ରେତ୍ସାହିତ କରିବା”।  ଏହି ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏହି ୱାକଥାନ୍ ରାଜମହଲ ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହଶହ ସଂଖ୍ୟାରେ ଦିବ୍ୟଙ୍ଗ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭଗେ ଯୋଗ ଦେଇ ଫ୍ଲାଗ ଅଫ୍ କରିଥିଲେ । ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଓ ବିଭାଗୀୟ କମିଶନର ଏଥିରେ ଯୋଗ ଦେଇଥିଲେ । ଆଜି ସନ୍ଧ୍ୟା ରେ ଆଦିବାସୀ ପଡିଆ ରେ ଏକ କାର୍ଯ୍ୟକ୍ରମ ରେ ମୁଖ୍ୟ ମନ୍ତ୍ରୀ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ଆ ପ୍ ଉନ୍ମୋଚନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.