ବୁଧବାରଠୁ କମିବ ବର୍ଷା: ୧୮ ପରେ ବଢିବ ବର୍ଷା ପରିମାଣ, ଉପକୂଳରେ ବର୍ଷବ ବର୍ଷିବ

Published By : Prameya-News7 Bureau | September 14, 2022 IST

ଭୁବନେଶ୍ୱର ୧୪/୦୯: ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୧୯ରେ ଏହା ଲଘୁଚାପର ରୂପ ନେଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ବି ଅଛି ।

ଏହାର ପ୍ରଭାବରେ ୨୨ ତାରିଖ ଯାଏଁ ତମାମ ରାଜ୍ୟରେ ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ଲଘୁଚାପ ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ୩ ରୁ ୪ ଦିନ ରହିବ । ଫଳରେ ସାରା ରାଜ୍ୟରେ ବର୍ଷା ହେବ । ୧୮ ତାରିଖରୁ ଉପକୂଳରେ ପାଗ ବଦଳିବ । ୧୯,୨୦,୨୧ ଓ ୨୨ରେ ଭାରୀ ବର୍ଷା ହେବ ।

ଆଭ୍ୟନ୍ତରୀଣ ଦକ୍ଷିଣରେ ୧୯ରୁ ପାଗ ବଦଳିବ । ୨୦,୨୧ ଓ ୨୨ରେ ବର୍ଷା ସମ୍ଭାନା ଅଛି । ସକ୍ରିୟ ମୌସୁମୀ ଓ ଆଗକୁ ଆସୁଥିବା ଲଘୁଚାପ ଯୋଗୁଁ ବର୍ଷା ଲାଗି ରହିବ । ଆସନ୍ତା ୧୦ ଦିନରେ ୧୨୦ ରୁ ୧୫୦ ମିଲିମିଟର ବର୍ଷା ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.