Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ରାଜ୍ୟରେ ପ୍ରଭାବହୀନ ମୌସୁମୀ, ଆଭ୍ୟନ୍ତରୀଣ ଓଡ଼ିଶାର ବୁଧବାର କିଛି ସ୍ଥାନରେ ବର୍ଷା ହୋଇପାରେ

29/06/2022 at 9:23 AM

ଭୁବନେଶ୍ୱର,୨୯/୬ : ରାଜ୍ୟରେ ମୌସୁମୀ ପ୍ରଭାବହୀନ ପାଲଟିଛି । ଏବେସୁଦ୍ଧା ନିଅଣ୍ଟିଆ ବର୍ଷା ହେଉଛି । ମଙ୍ଗଳବାର ରାଜ୍ୟର ୧୩ ଜିଲ୍ଲାରେ ଟୋପାଏ ବର୍ଷା ହୋଇନି । ୧୩ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆସନ୍ତା ୪ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିପାରେ । ଘୂର୍ଣ୍ଣିବଳୟ ପ୍ରଭାବରେ ଅଧିକ ବର୍ଷା ହୋଇପାରେ ବୋଲି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ମଙ୍ଗଳବାର ମାଲକାନଗିରି, ନୂଆପଡ଼ା, ପୁରୀ, ବରଗଡ଼, ବୌଦ୍ଧ, ସୋନପୁର, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ବରଗଡ଼ ଜିଲ୍ଲାରେ ଆଦୌ ବର୍ଷା ହୋଇନି । କୋରାପୁଟ, ନବରଙ୍ଗପୁର, ଗଞ୍ଜାନ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କଟକ, ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି ।

କେବଳ ଯାଜପୁର, ରାୟଗଡ଼ା ଓ ଗଜପତିରେ ଭଲ ବର୍ଷା ହୋଇଛି । ଆସନ୍ତା ୩ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୩୦, ୧ ଓ ୨ ତାରିଖରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

   Related Posts