krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଖସୁଛି ପାରଦ, ବଢ଼ିବ ଜାଡ଼, କୋରାପୁଟରେ ସର୍ବନିମ୍ନ, ୩ରୁ ୪ଡିଗ୍ରୀ କମିବ ତାପମାତ୍ରା

20/11/2023 at 8:47 AM

ଭୁବନେଶ୍ୱର,୨୦/୧୧: ଖସିଲା ତାପମାତ୍ରା, ବଢ଼ିଲା ଶୀତ । କୋରାପୁଟ ଜିଲ୍ଲାରେ  ସର୍ବନିମ୍ନ ତାପମାତ୍ରା । ୧୨ ଡିଗ୍ରୀକୁ ଖସିଛି ପାରଦ । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା  ୧୨.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଜି ଉଦୟଗିରିରେ ୧୩.୪, ସିମିଳିଗୁଡ଼ାରେ ୧୪.୫, ଦାରିଙ୍ଗିବାଡ଼ିରେ ୧୫.୫, ଫୁଲବାଣୀରେ ୧୫.୫ ଓ କିରେଇରେ ତାପମାତ୍ରା ୧୫.୭ ଡିଗ୍ରୀ ରହିଛି । 

ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତାପମାତ୍ରା କ୍ରମଶଃ ୩ରୁ ୪  ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୩ ଡିଗ୍ରୀ ଥିଲା । ଅନ୍ୟପଟେ ସୋମବାର ଓ ମଙ୍ଗଳବାର ପାଗରେ ସାମାନ୍ୟ ମେଘୁଆ ରହିବ । କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଜି ୧୭ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଜିଲ୍ଲାଗୁଡ଼ିକ ହେଲେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ । ଏହିସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

   Related Posts