ଆଜି ଉନ୍ନାଓରେ ହେବ ଦୁଷ୍କର୍ମ ପୀଡ଼ିତାଙ୍କ ଶେଷକୃତ୍ୟ : ସରିଲା ପୋଷ୍ଟମର୍ଟମ, ଗାଁକୁ ଯାଉଛି ମୃତଦେହ

Published By : Prameya-News7 Bureau | December 07, 2019 IST

ଉନ୍ନାଓ ୭/୧୨: ଆଜି ଉନ୍ନାଓରେ ହେବ ଦୁଷ୍କର୍ମ ପୀଡ଼ିତାଙ୍କ ଶେଷକୃତ୍ୟ । ସରିଲା ପୋଷ୍ଟମର୍ଟମ, ଗାଁକୁ ଯାଉଛି ଉନ୍ନାଓ ପୀଡିତାଙ୍କ ଶବ। ସଫଦରଗଞ୍ଜ ହସ୍ପିଟାଲରେ ପୀଡିତା ଶେଷ ନିଶ୍ଵାସ ଛାଡିବା ପରେ ଶବ ବ୍ୟବଛେଦ କରାଯାଇଛି। ପୀଡିତାଙ୍କ ଶବ ବ୍ୟବଛେଦର ଭିଡିଓଗ୍ରାଫି ମଧ୍ୟ କରାଯାଇଛି।

{"id":194957,"sizeSlug":"large"}

ଫରେନ୍ସିକ୍ ବିଭାଗର ଅଧ୍ୟକ୍ଷ ଡଃ ୱାହିଙ୍କ ନେତୃତ୍ଵରେ ଶବ ବ୍ୟବଛେଦ କରାଯାଇଛି। ଏବେ ପୀଡିତାଙ୍କ ଶବ ଉନ୍ନାଓ ଅଭିମୁଖେ ଯାଉଛି। ଗତ ଗୁରୁବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରି ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତ୍ରି ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଦୀର୍ଘ ୪୪ ଘଣ୍ଟା ଜୀବନ ମୃତ୍ୟୁ ସହ ସଂଘର୍ଷ କରିଥିବା ପୀଡିତା ଶେଷ ସମୟରେ ମଧ୍ୟ ନିଜ ପାଇଁ ନ୍ୟାୟ ଦାବି କରିଥିଲେ।

{"id":194958,"sizeSlug":"large"}

  ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ବଳାତ୍କାରୀମାନେ ପେଟ୍ରୋଲ ଢାଳି ଜଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୀଡିତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ପୀଡିତାଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୧ କିମି ଯାଏଁ ସାହାଯ୍ୟ ମାଗିବାକୁ ଦୌଡିଥିଲେ। ଏପରିକି ପୀଡିତା ନିଜେ ୧୧୨ରେ ଫୋନ କରି ପୋଲିସକୁ ସମସ୍ତ ଘଟଣାକ୍ରମ ବଖାଣିଥିଲେ। ଏହାପରେ ପୋଲିସ ଟିମ୍ ଆମ୍ଵୁଲାନ୍ସ ସହ ଘଟଣାସ୍ଥଳରେ ପହଁଚିଥିଲେ। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଗତକାଲି ରାତି ୧୧.୪୦ରେ ତାଙ୍କର ଦେହାନ୍ତ ହୋଇଛି ।

{"id":194959,"sizeSlug":"large"}

ଡାକ୍ତରଙ୍କ କହିବାନୁସାରେ ରାତି ୧୧.୧୦ରେ ତାଙ୍କର ହୃଦଘାତ ହୋଇଥିଲା । ପରେ ଶତ ଚେଷ୍ଟା ପରେ ୧୧.୪୦ରେ ସେ ଆଖି ବୁଜିଥିଲେ ।  ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଶେଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଥିଲେ ପୀଡ଼ିତା । ସେ ମରିବାକୁ ଚାହାନ୍ତିନି ବରଂ ଦୋଷୀଙ୍କୁ ଦଣ୍ଡ ପାଉଥିବାର ଦେଖିବାକୁ ଚାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.