କିଏ ହେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ? ହାଉସ୍ ଅଫ୍ କମନ୍ସରେ ଭୋଟ୍ ଗଣତି ଜାରି

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ଶୁକ୍ରବାର ବ୍ରିଟେନରେ ଜନାଦେଶ । ହାଉସ୍ ଅଫ୍ କମନ୍ସରେ ସାଧାରଣ ନିର୍ବାଚନର ମତଗଣନା ଜାରି । ଗୁରୁବାର ୬୫୦ ସିଟ୍‌ରେ ଭୋଟିଂ ହୋଇଥିଲା । ସମସ୍ତ ଭୋଟ୍ ବାଲଟ୍ ପେପର ଜରିଆରେ ହୋଇଛି । କଞ୍ଜରଭେଟିଭ୍‌ ପାର୍ଟିର ପ୍ରାର୍ଥୀ ରିଷି ସୁନକ ଏବଂ ଲେବର ପାର୍ଟିର  ପ୍ରାର୍ଥୀ କୈର ଷ୍ଟାର୍ମରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି । ଚଳିତ ଥର ପ୍ରଥମ କରି ନିର୍ଦ୍ଦିଷ୍ଟ ସମୟରୁ ୬ମାସ ପୂର୍ବରୁ ବ୍ରିଟେନରେ ନିର୍ବାଚନ ହୋଇଛି । ପ୍ରାୟ ୫ କୋଟି ଭୋଟର ଆସନ୍ତା ୫ ବର୍ଷ ପାଇଁ ନେତା ବାଛିଛନ୍ତି । ଶୁକ୍ରବାର ମତଗଣନା ପରେ ବହୁମତ ହାସଲ କରିଥିବା ପାର୍ଟିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ ଦେବେ କିଙ୍ଗ୍ସ ଚାର୍ଲ୍ସ । 

ବର୍ତ୍ତମାନ ରିପୋର୍ଟ ମୁତାବକ, ଲେବର ପାର୍ଟି ୨୭୬ଟି  ସିଟ୍‌ରେ ବିଜୟୀ ହୋଇଛି । ମାଜିକ୍ ନମ୍ବର ୩୨୬ ରହିଥିବା ବେଳେ ବିଜୟ ଆଡ଼କୁ ଅଗ୍ରସର ହେଉଛି କୈର ଷ୍ଟାର୍ମରଙ୍କ ଲେବର ପାର୍ଟି । ଅନ୍ୟପଟେ କଞ୍ଜରଭେଟିଭ ପାର୍ଟିକୁ ମାତ୍ର ୫୧ଟି ଆସନ ମିଳିଛି । ସେହିପରି ଲେବର ଡେମୋକ୍ରାଟିକ୍ ପାର୍ଟି ବର୍ତ୍ତମାନ ସୁଦ୍ଧା ୧୬ଟି ଆସନ ମିଳିଥିବା ବେଳେ ଏସଏନପିକୁ ଦୁଇଟି ଆସନ ମିଳିଛି । କଞ୍ଜରଭେଟିଭ୍‌ ପାର୍ଟି ୧୪ ବର୍ଷ ହେଲା କ୍ଷମତା ନିଜ ପାଖରେ ରଖିଥିବାବେଳେ ଏଥର କିନ୍ତୁ ଦଳକୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲେବର ପାର୍ଟି, ଶାସନ କ୍ଷମତାରେ ଥିବା କଞ୍ଜରଭେଟିଭ ପାର୍ଟିଠାରୁ ଦୃଢ଼ ସ୍ଥିତିରେ ରହିଛି ।  ସରକାର ଗଢ଼ିବା ପାଇଁ ବ୍ରିଟେନ ସଂସଦର ୬୫୦ ଆସନରୁ ୩୨୬ ଆସନ ହାସଲ କରିବାକୁ ପଡ଼ିବ ।  


ନିର୍ବାଚନ ପୂର୍ବରୁ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ଲେବର ପାର୍ଟି ବହୁମତ ହାସଲ କରିବା ନେଇ ମତ ପ୍ରକାଶ ପାଇଛି । ବ୍ରିଟେନର କେନ୍ଦ୍ରୀୟ ବମପାନ୍ଥୀ ଲେବର ନେତା ବଡ଼ ବିଜୟ ସହିତ କୈର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ହେବେ । ଏକଜିଟ୍ ପୋଲର ସଙ୍କେତ ଅନୁଯାୟୀ, ବ୍ରିଟେନରେ କଞ୍ଜରଭେଟିଭ୍‌ ପାର୍ଟି ୧୪ ବର୍ଷ ସତ୍ତାରେ ରହିଛି । ଏହି ୧୪ ବର୍ଷ ମଧ୍ୟରେ ୫ଜଣ ଅଲଗା ଅଲଗା ପ୍ରଧାନମନ୍ତ୍ରୀ ଶାସନ କ୍ଷମତାରେ ରହିଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମୟରେ କଞ୍ଜରଭେଟିଭ୍‌ ପାର୍ଟି ସବୁଠୁ ବଡ଼ ପରାଜୟ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.