ଆଜି ରାତିରେ ଦେଖାଯିବ ‘ଷ୍ଟ୍ରବେରୀ ମୁନ’, ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ଅଧିକ ଉଜ୍ଜ୍ୱଳ ଓ ଗୋଲାପୀ ଦିଶିବ ଜହ୍ନ

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ ୩।୬: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ମାସରେ ପଡୁଥିବା ପୂର୍ଣ୍ଣିମାର ନାମ ରହିଛି। ତେବେ ଜୁନ ୩ ତାରିଖ ଶନିବାର ରାତିରେ ଆକାଶରେ ଦେଖାଯିବାକୁ ଥିବା ପୂର୍ଣ୍ଣ ଚନ୍ଦ୍ରଙ୍କୁ ଇଂରାଜୀରେ ଷ୍ଟ୍ରବେରୀ ମୁନ୍‌ କୁହାଯାଏ। ଏହା ଅଧିକ ଉଜ୍ଜ୍ୱଳ ଓ ଗୋଲାପୀ ରଙ୍ଗରେ ଦେଖାଯିବେ। ଷ୍ଟ୍ରବେରୀ ମୁନ ଦିନ ଚନ୍ଦ୍ର ପୃଥିବୀର ବହୁତ ନିକଟରେ ଥିବେ। ଏଣୁ ଜହ୍ନର ଆକାର ମଧ୍ୟ ବେଶ ବଡ଼ ଦେଖାଯିବ।

{"id":797595,"sizeSlug":"full","linkDestination":"none"}

‘ଏହା ଅତ୍ୟନ୍ତ ବେଦନାଦାୟକ, ବିଚଳତ କରୁଛି’, ମୃତକଙ୍କ ପରିଜନଙ୍କ ସହ ଠିଆ ହୋଇଛନ୍ତି ସରକାର : ପ୍ରଧାନମନ୍ତ୍ରୀ ମୋଦୀ

ଆଜିର ଖଗୋଳୀୟ ଘଟଣାରେ ଷ୍ଟ୍ରବେରୀ ମୁନ ସହ ଲୋକେ ଶୁକ୍ର ଓ ମଙ୍ଗଳ ଗ୍ରହଙ୍କୁ ମଧ୍ୟ ଆକାଶରେ ଷ୍ପଷ୍ଟ ଦେଖି ପାରିବେ। ରାତି ଠିକ୍ ୧୧ଟା ୪୨ ମିନିଟ୍‌ରେ ଆକାଶରେ ଷ୍ଟ୍ରବେରୀ ମୁନ୍ ଦେଖାଯିବ। ଆଜିର ପୂର୍ଣ୍ଣିମାକୁ ‘ସୁପରମୁନ୍’ ନାଇଟ୍ ମଧ୍ୟ କୁହାଯାଏ। ୧୯୩୦ ମସିହାରେ ଚାଷୀ ଆଲମେନେକ୍‌ ଏହି ପୂର୍ଣ୍ଣିମାକୁ ସୁପରମୁନ୍‌ ନାମରେ ନାମିତ କରିଥିଲେ। ଏହି ସମୟରେ ଆମେରିକାରେ ଏକ ବନସ୍ପତି ମିଳିଥିଲା, ଯାହାର ନାମ ସୁପରମୁନ ରଖା ଯାଇଥିଲା। ଏଥିରେ ପ୍ରେରିତ ହୋଇ ଚାଷୀ ଜଣକ ପୂର୍ଣ୍ଣିମାର ଏପରି ନାମକରଣ କରିଥିଲେ।

{"id":797596,"width":840,"height":630,"sizeSlug":"full","linkDestination":"none"}

ତେବେ ଆମେରିକାରେ ଜୁନ ମାସରେ ହେଉଥିବା ପୂର୍ଣ୍ଣିମାକୁ ଷ୍ଟ୍ରବେରୀ ମୁନ୍‌ କୁହାଯାଏ। କାରଣ ଏହି ସମୟରେ ଷ୍ଟ୍ରବେରୀ ପାଚୁଥିବା ବେଳେ ଅନ୍ୟ ଫସଲ ମଧ୍ୟ ଅମଳ ଅବସ୍ଥାକୁ ପହଞ୍ଚି ଯାଇଥାଏ। ଏଣୁ ଅଲଗୋନିକ୍ସ ଟ୍ରାଇବଲ ସମୂଦାୟ ପୂର୍ଣିମାକୁ ଷ୍ଟ୍ରବେରୀମୁନ୍‌ ନାମକରଣ କରିଥିଲେ। ଷ୍ଟ୍ରବେରୀ ମୁନ ର ଆହୁରି ଅନେକ ନାମ ମଧ୍ୟ ଅଛି ଯେପରି ‘ହନିମୁନ’, ‘ରୋଜ ମୁନ’ ଓ ‘ହଟମୁନ୍‌’  ମଧ୍ୟ କୁହାଯାଏ। ଆମେରିକା ବ୍ୟତୀତ ଏହି ପୂର୍ଣ୍ଣିମାକୁ ଅଲଗା ଅଲଗା ନାମରେ ଡକାଯାଏ। ଜାପାନରେ ଏହି ପୂର୍ଣ୍ଣିମାକୁ ‘ସକୁମି’, କୋରିଆରେ ‘ଚୁସେକ୍’ ଓ ଶ୍ରୀଲଙ୍କାରେ ପୂର୍ଣ୍ଣମାସୀ କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.