ଫେବୃଆରୀ ୨୮ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 28, 2022 IST

ମେଷ– ଆନୁଷ୍ଠାନିକ ସୁବିଧା ସୁଯୋଗ ପାଇ କାମ ହାସଲ କଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମକରି ମଧ୍ୟ ନିନ୍ଦା ଶୁଣିବାକୁ ପଡିପାରେ । ସନ୍ତାନଙ୍କ ସ୍ୱାସ୍ଥ୍ୟହାନୀ ଓ ଏକଜିଦିଆ ସ୍ୱଭାବ ଯୋଗୁ ବିଚଳିତ ହୋଇପାରନ୍ତି ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୪ ।
ଚାଷୀ-ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ଅର୍ଥ ଲାଭ ହେବ ।
ଗୃହିଣୀ-ସୁଖ ଅନୁଭବ କରିବେ ।

ବୃଷ–କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ଅପରାହ୍ନରେ ବନ୍ଧୁଙ୍କ ଜରିଆରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସମ୍ଭାବନା ରହିଛି । ଆର୍ଥିକ ଓ ସାମାଜିକ ସ୍ଥିତି ବହୁତ ଭଲ ରହିବ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୪ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ -କାମ ଗୁଡିକ ଶୃଙ୍ଖଳିତ ହେବାର କେତେକ ପ୍ରତିବନ୍ଧକ ସୃଷ୍ଟି ହେବାର ସମ୍ଭାବନା ରହିଛି ।ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ସାମୟିକ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ମଧ୍ୟ ରହିଛି । ଅସୁସ୍ଥ ମାନସିକତା କାରଣରୁ ପରକଥାରେ ପଡି ନିଜଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୩ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ସୁଖୀ ହେବେ ।

କର୍କଟ-ଜୀବନଚର୍ଯ୍ୟାର ପ୍ରତ୍ୟେକ ଦିଗଠିକ୍ ଥିଲେ ମଧ୍ୟ ବାକ୍‌ସଂଯମର ଅଭାବସମସ୍ୟାକୁ ଆମନ୍ତ୍ରଣକରିବ ।ବାକି ପଡିଥିବା ଅର୍ଥ ଆଦାୟରେସକ୍ଷମହେବେ । ଆଜିର ପ୍ରତ୍ୟୁଷ ଯାତ୍ରାରେସଫଳତା ପାଇବେ ଓ ଆଶା ପୂରଣହୋଇଯିବ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୪ ।
ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେରହିବେ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତିବଢାଇଥାଏ ।
ରୋଗୀ-ସାମାନ୍ୟସୁସ୍ଥ ଅନୁଭବକରିବେ ।
ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।

ସିଂହ –ଜଣେ ବନ୍ଧୁଙ୍କ ସହ-ଯୋଗରୁ କାମ ହାସଲ କରିବେ ।କର୍ମକ୍ଷେତ୍ରରେ ସମସ୍ୟା ବହୁଳ ପରିସ୍ଥିତି ଲାଗି ରହିଥିଲେ ମଧ୍ୟ କୌଶଳ ପ୍ରୟୋଗକରି ସୁଧାରି ନେବେ ।ବ୍ୟବସାୟରେ ନୂତନ ଦିଗନ୍ତ ସୃଷ୍ଟିହେବ ।ଶୁଭରଙ୍ଗ ହଳଦୀଆ ।ଶୁଭ ଅଙ୍କ ୬ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି-ସହଯୋଗ ମିଳିବ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

କନ୍ୟା– ଆଜିର ଖର୍ଚ୍ଚ ସୀମା ଟପିଯିବ । ଚେଷ୍ଟାକରି ମଧ୍ୟ ପାଇ ପାରୁନଥିବା ଜିନିଷଟି ଆଜି ପାଇବେ । ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ବ୍ୟସ୍ତ ହୋଇ ପଡିବେ । ଅଫିସରେ ଥିବା ସମୟରେ ଭୁଲ୍‌ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।
ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ସୁଖ ଭାରା ଦିନଟି ।

ତୁଳା–ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିବା ସୂଚନା ରହିଛି ।ବାଧ୍ୟବାଧକତାରେ ଅସ୍ଥିରତା ଯୁକ୍ତ କାମଟିର ସଫଳ ହେବା କଷ୍ଟକର ହୋଇପାରେ । ପରିସ୍ଥିତି ବଶତଃ ଆଶଙ୍କା କରୁଥିବା ଅଫିସିଆଲି କ୍ଷେତ୍ରରେ ସେମିତି କିଛି ଅସୁବିଧା ହେବ ନାହିଁ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୨ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତିହେବ ।
କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।
ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍ ।
ଚାଷୀ-ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।

ବିଛା–କଳା,ସାହିତ୍ୟ ଓ ବାଣିଜ୍ୟ, ପରିବହନ, ପ୍ରଶାସନରେ ସୁଫଳ ପାଇବେ । ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟା ସମାଧାନ ହେବ ।ସରକାରୀ ସ୍ତରରୁ ଆଶାକରୁଥିବା ଖବରଟି ଆଜି ପାଇପାରନ୍ତି ।ଶୁଭରଙ୍ଗ ବ୍ରାଉନ୍ ।ଶୁଭ ଅଙ୍କ ୫ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି-ପ୍ରମୋସନ୍‌ ମିଳିବ ।
ଛାତ୍ରଛାତ୍ରୀ-ସ୍ମରଣଶକ୍ତି ପାଇଁ ବୁଧକାରକଚେର ବ୍ୟବହାର କରନ୍ତୁ ।
ରୋଗୀ-ରୋଗରୁମୁକ୍ତ ହୋଇପାରନ୍ତି ।
ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଧନୁ –କେତେକକ୍ଷେତ୍ରରେ ନିଜେ କିଛିକରି ନ ପାରିବା ସହିତ ଅଟକିଥିବା କାମଗୁଡିକ ଯୋଗୁ ବ୍ୟସ୍ତ ହୋଇପାରନ୍ତି । ପାରିବାରିକ ମତାନ୍ତରରୁ ବିତର୍କ ସୃଷ୍ଟି ହୋଇପାରେ ।ରୋଗ, ଋଣ ଓ ଶତ୍ରୁତା କରୁଥିବାବ୍ୟକ୍ତିଙ୍କ ସକାଶେ ଦୁଶ୍ଚିନ୍ତା ସୃଷ୍ଟିହେବ ।ଶୁଭରଙ୍ଗ ମେରୁନ୍ ।ଶୁଭ ଅଙ୍କ ୯ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ଅର୍ଥ ହାନୀହେବ ।
ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତରହିବେ ।

ମକର– ଆଗାମୀ ମାଙ୍ଗଳିକ କାମ ସକାଶେ ଆଗ୍ରହ ବଢିପାରେ ।ବାରମ୍ବାର ଅସଫଳ ହେତୁ ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ । ଅଭାବ ନ ଥିଲେ ମଧ୍ୟ ସମସ୍ୟାର ଅଡୁଆ ସୂତାକୁ ସଜାଡିବା କଷ୍ଟକର ହୋଇପଡିବ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୭ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ନୂଆବ୍ୟବସାୟ ଲାଭ ହେବ ।
ଗୃହିଣୀ-ନୂଆବସ୍ତ୍ର ଲାଭ ହେବ ।

କୁମ୍ଭ -ପରିସ୍ଥିତିରେ ପଡି କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଅତୀତ କଥାକୁ କେନ୍ଦ୍ରକରି ଆତ୍ମୀୟଙ୍କ ସହ ସମ୍ପର୍କହାନି ଯୋଗୁଚିନ୍ତା ପ୍ରକଟ କରିବେ । ଆପଣଙ୍କ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟକୁ ଆକର୍ଷିତ କରିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ମୀନ – ସ୍ୱାର୍ଥହାନି ଆଶଙ୍କାରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି । ସକାଳୁ ସକାଳୁ ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ରହିଛି ।କର୍ମକ୍ଷେତ୍ରରେ ଅନ୍ୟ ଦ୍ୱାରା ପ୍ରରୋଚିତ ହୋଇ କାମକଲେ ଅପଦସ୍ଥ ହେବେ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୯ ।
ଗୃହିଣୀ-ସୁଖୀ ହେବେ ।
ବ୍ୟବସାୟୀ-ନୂଆବ୍ୟବସାୟ କ୍ଷତିହେବ ।
କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.