ଅକ୍ଟୋବର ୨୬ ତାରିଖ, ବୁଧବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 26, 2022 IST

ମେଷ– ଦୀର୍ଘ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ପୂର୍ବକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ପରିବାର ମଧ୍ୟରେ ଅସ୍ଥିର ମନୋଭାବ ପ୍ରକାଶ କରିବା ସମସ୍ୟାର କାରଣ ହୋଇପାରେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢିଯାଇପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।

ଶୁଭ ରଙ୍ଗ କ୍ରୀମ୍, ଶୁଭ ଅଙ୍କ ୮

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ଧାର୍ମିକ ହେବେ।

ବୃଷ – ନିର୍ମାଣ, ପରିବହନ, ସଭାସମିତି, ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ସମସ୍ୟା ଦୂର ହେବ। କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ ।କର୍ମକ୍ଷେତ୍ରରେ ଧନ ବଢିବାର ଯୋଗ ଅଛି। ବିଦ୍ୟା କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ। ପ୍ରିୟ ପରିଜନଙ୍କ ସହିତ ଖୁବ୍ ମଉଜ କରିବେ।

ଶୁଭ ରଙ୍ଗ ମେରୁନ୍, ଶୁଭ ଅଙ୍କ ୮ ।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ରୋଗୀ- ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ବିଜୟୀ ହେବେ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

ମିଥୁନ – ଦୀର୍ଘ ଦିନରୁ ଯାହା ଆଜି ଯାଏ ଚାହୁଁଛନ୍ତି ତାହା ପାଇବା ସକାଶେ ସାମାନ୍ୟ କଷ୍ଟସ୍ୱୀକାର କରିବାକୁ ପଡିବ। ଦିନ ତମାମ କଠୋର ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟ ସହାନୁଭୂତି ଲାଭ କରିବେ। ବାଟରେ ବନ୍ଧୁ ଠାରୁ ଅର୍ଥ ସାହାର୍ଯ୍ୟ ପାଇ ଖୁସି ହେବେ।

ଶୁଭ ରଙ୍ଗ ଲାଲ୍, ଶୁଭ ଅଙ୍କ ୧

ଚାଷୀ- ଶ୍ରମ ସାର୍ଥକ ହେବ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

କର୍କଟ- ଆକସ୍ମିକ କାରଣରୁ ନେଇ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇପାରେ। ଆଲୋଚନାକ୍ଷେତ୍ରରେ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ। ଆଗାମୀ ମାଙ୍ଗଳିକ ଉତ୍ସବକୁ ନେଇନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେବେ। ଆଧ୍ୟାତ୍ମିକ କାମରୁ ଆଜିରଦିନଟି ଆରମ୍ଭ ହେବ। ଆପନ ଟିକେ ଅଧିକ ପରିଶ୍ରମ ବି କରନ୍ତି। ଆଗକୁ ସରକାରୀ ସ୍ତରରେ ବିଶେଷ ଲାଭବାନ୍ ହେବେ।

ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୮

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସୁଖୀ ହେବେ ।

ସିଂହ – ସାମାଜିକ ସ୍ତରରେ ନୀତିଗତ କାମରୁ ପ୍ରଶଂସିତ ହେବେ। ପରିବାରର ଅଶାନ୍ତିପୂର୍ବପରି ଲାଗି ରହୁଥିବା ହେତୁ କାମଗୁଡିକ ଠିକ୍ ଭାବେ ନ ହୋଇପାରେ। ଦିନଟିଶୁଭରେ କଟିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ମହିଳାମାନେ ଧର୍ମ ପରାୟଣ ହେବେ। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ।

ଶୁଭ ରଙ୍ଗ ନୀଳ, ଶୁଭ ଅଙ୍କ ୩

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା – କେତେକ ଅନିଚ୍ଛାକୃତ କାରଣ ବଶତଃ ବିଳମ୍ବ ହେଲେ, ମଧ୍ୟ କାର୍ଯ୍ୟ ସାଧିତ ହେବ। ସ୍ୱାସ୍ଥ୍ୟବସ୍ଥା କ୍ରମଶଃ ଭଲ ଦିଗଜୁ ଗତି କରିବାକୁ ଆଶ୍ୱସ୍ତି ଲାଭ କରିବେ। ସକାଳୁସକାଳୁ କୌଣସି ଶୁଭ ଖବର ପାଇ ମନଟି ଏକପ୍ରକାର ଖୁସି ହୋଇଯିବ। ଦିନଟି ଯଦିଓ ପୂର୍ଣ୍ଣତଃ ମନ୍ଦ ନୁହେଁ ତଥାପି ବୁଝିଲା ଭଳି କାମ ହେବ।

ଶୁଭ ରଙ୍ଗ ନାରଙ୍ଗୀ, ଶୁଭ ଅଙ୍କ ୭

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ତୁଳା – ବାରମ୍ବାର ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲଧାରଣା କ୍ରମଶଃ ହ୍ରାସପାଇପାରେ। ଅଫିସ କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ ହେବ ଏବଂ ପୂର୍ବ ସମସ୍ୟା ଦୂରେଇ ଯିବ। ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବାସକାଶେ ସର୍ବଦା ଚେଷ୍ଟିତ ରହିବ। ରାଜନୀତି କ୍ଷେତ୍ରରେ ବେଶ୍ ଆଦୃତି ସହ ପ୍ରତିଷ୍ଠା ମିଳିବ।

ଶୁଭ ରଙ୍ଗ ବ୍ରାଉନ୍, ଶୁଭ ଅଙ୍କ ୨

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସୁଖ ଅନୁଭବ କରିବେ।

ବିଛା – କର୍ମକ୍ଷେତ୍ରରେ ଗୁରୁତ୍ୱ ଦାୟିତ୍ୱ ବହନ କରିବାକୁ ପଡିବ। ପାରିବାରିକଆବଶ୍ୟକତା ପୂରଣ ଲାଗି ଧାର ସୂତ୍ରରେ ଅର୍ଥ ଆଣିବେ। ନିକଟ ସମ୍ପର୍କୀୟଙ୍କ ଅନାଦରଭାବକୁ ନେଇ ବିଭିନ୍ନ ପ୍ରକାର ଚିନ୍ତା ଲାଗି ରହିବ। ବିଭିନ୍ନ ପ୍ରକାର ରୁଚି ବିରୁଦ୍ଧ କାର୍ଯ୍ୟ ମାନସିକ ଅସ୍ଥିରତା ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଝାମଣା

ଅଶାନ୍ତିର କାରଣ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସୁଖଭାରା ଦିନଟି।

ଧନୁ – ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରି ଆପଣଙ୍କ ପାଇଁ ସମସ୍ୟାଆଣିପାରନ୍ତି। ବନ୍ଧୁଙ୍କ ଦ୍ୱାରା ପ୍ରଶଂସା, ଆତ୍ମୀୟଙ୍କ ଅନୁରାଗ, ପଡୋଶୀଙ୍କ ସ୍ନେହ ଓଶ୍ରଦ୍ଧା ପାଇବେ। ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲରହିବ ନାହିଁ। କିଛି ଗୁପ୍ତକଥା, କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି।

ଶୁଭ ରଙ୍ଗ ପିଚ୍, ଶୁଭ ଅଙ୍କ ୯

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ଧାର୍ମିକ ହେବେ।

ମକର – ସୁନିୟନ୍ତିତ କାର୍ଯ୍ୟ ଲାଗି କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷାପାଇବେ। ବୃତ୍ତି,ବାନିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ କେତେକାଂଶରେସନ୍ତୋଷଜନକ ନ ହୋଇପାରେ। ଆପଣ ଖର୍ଚ୍ଚାନ୍ତ ହେବେ ସିନା ଆଜି କୌଣସି କାମ ଅଟକିବ ନାହିଁ। ମାଲିମୋକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।

ଶୁଭ ରଙ୍ଗ ଗ୍ରୀନ୍, ଶୁଭ ଅଙ୍କ ୫

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

କୁମ୍ଭ – ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାର୍ଯ୍ୟ କାମ ହେବ। ଆତ୍ମୀୟମାନେ ବିରୁଦ୍ଧାଚରଣକରିପାରନ୍ତି। ଆର୍ଥିକ ଦୁରବସ୍ଥା କାରଣରୁ କେତେକ କାମ ଅଟକି ରହିଯିବ। ଆଜିଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁନା କାହିଁକି ଲାଭବାନ୍ ନିଶ୍ଚିତ ହେବେ।ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ, ଏଣୁ ସତର୍କ ରହିବା ଭଲ।

ଶୁଭ ରଙ୍ଗ ଧୂସର, ଶୁଭ ଅଙ୍କ ୩

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମୀନ – ସଭାସମତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ। ଆଶା ପୂରଣ ପାଇଁ ଅନୁକୂଳପରିବେଶ ସୃଷ୍ଟି ହେବାରେ ସମ୍ପର୍କୀୟଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ଆନୁଷ୍ଠାନିକ କାମକିମ୍ବା ସାଂସ୍କୃତିକ ଅନୁଷ୍ଠାନକୁ ଆମନ୍ତ୍ରିତ ହୋଇପାରନ୍ତି। ଆପଣ କୌଣସି କ୍ଷେତ୍ରରେନିରାଶ ହେବେ ନାହିଁ ଏବଂ ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଆଲୋଚନା ଅନୁଯାୟୀ କାମଗୁଡିକ ସବୁ ଠିକ୍ ଠାକ୍ ହୋଇଯି ।

ଶୁଭ ରଙ୍ଗ ୟେଲୋ, ଶୁଭ ଅଙ୍କ ୬

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.