କଟକ: ଆଡଭୋକେଟ ଜେନେରାଲ(AG) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ଆଇନ କ୍ଷେତ୍ରରେ ପିତାମ୍ବର ଆଚାର୍ଯ୍ୟଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି । ଅନେକ ମାମଲା ସେ ସଫଳତାର ସହ ପରିଚାଳନା କରିଛନ୍ତି । ବିଶେଷ କରି ନିର୍ବାଚନୀ ମାମଲା ପରିଚାଳନା କ୍ଷେତ୍ରରେ ସେ ପାରଙ୍ଗମ । ଫୌଜଦାରୀ ମାମଲା ପରିଚାଳନାରେ ମଧ୍ୟ ବେଶ ସଫଳତା ଅର୍ଜନ କରିଛନ୍ତି ଶ୍ରୀ ଆଚାର୍ଯ୍ୟ।
ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ନିଷ୍ଠାର ସହ ନିଜର କାର୍ଯ୍ୟ ସମ୍ପାଦନ କରିବି। ବିଶେଷ କରି ରାଜ୍ୟର ସମସ୍ତ ଆଇନ ଅଦାଲତ ଗୁଡିକରେ କିପରି କୋର୍ଟକାର୍ଯ୍ୟ ସଫଳତାର ସହ ପରିଚାଳିତ ହେବ ସେ ଦିଗରେ ସେ ବିଶେଷ ଧ୍ୟାନ ଦେବି। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପୂର୍ବତନ AG ଅଶୋକ ପରିଜା ଇସ୍ତଫା ଦେଇଥିଲେ। ସେପଟେ ଦାୟିତ୍ବ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୀତାମ୍ବର ଆଚାର୍ଯ୍ୟ।