କାରଗିଲ ବିଜୟ ଦିବସ, ସହୀଦ ବୀର ଯବାନଙ୍କୁ ମନେପକାଉଛି ସାରା ଦେଶ
26/07/2023 at 9:06 AM

ଭୁବନେଶ୍ୱର ୨୬/୦୭: ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି ସାରା ଦେଶ । କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି ।
୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।
#WATCH | Defence Minister Rajnath Singh lays a wreath at Kargil War Memorial in Drass and pays tribute to soldiers who lost their lives in the 1999 Kargil War. #KargilVijayDiwas pic.twitter.com/Ev9ZwyMVJa
— ANI (@ANI) July 26, 2023
ସେପଟେ ଲଦାଖରେ ଆରମ୍ଭ ହୋଇଛି କାରଗିଲ ବିଜୟ ଦିବସ ପାଳନ । ଡ୍ରାସରେ ଏହି ଦୁଇ ଦିନିଆ ବିଜୟ ଦିବସ ପାଳନ କରାଯାଉଛି । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଦନ ଆର୍ମି କମାଣ୍ଡର ଲେଫଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଯୋଗଦେଇଛନ୍ତି । ଡ୍ରାସର ଲାମଚେନ୍ ଭିଉ ପଏଣ୍ଟରେ ଏହି ବିଜୟ ଦିବସ ପାଳନ କରାଯାଉଛି । ଏଥିରେ ସହୀଦ ବୀର ଯବାନଙ୍କ ପରିବାର ବର୍ଗ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଏହି ଅବସରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଛି ।