ଦେବ ଚିକିତ୍ସକ ଧନନ୍ତ୍ୱରୀଙ୍କ ଜୟନ୍ତୀ, ସୁନା କିଣିଲେ ମିଳିଥାଏ ମାଆ ଲକ୍ଷ୍ମୀଙ୍କ କୃପା
10/11/2023 at 8:44 AM

ଭୁବନେଶ୍ୱର ୧୦/୧୧: ଦେବ ଚିକିତ୍ସକ ଧନନ୍ତ୍ୱରୀଙ୍କ ଜୟନ୍ତୀ । ଏହାକୁ ଧନତେରାସ୍ ଭାବେ ପାଳନ କରାଯାଏ । ଦୀପାବଳି ପୂର୍ବରୁ ଧନ୍ତନ୍ୱରୀଙ୍କ ଜୟନ୍ତୀ ପଡୁଥିବାରୁ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ କରାଯାଇଥାଏ ।
ଏହି ତିଥିରେ ସୁନା କିଣିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ସୁନା ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଧନତେରାସ ଅବସରରେ ଗହଣା ବ୍ୟବସାୟୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରିହାତି ଓ ଉପହାର ଦେଉଛନ୍ତି।
ରାଜ୍ୟର ଅଗ୍ରଣୀ ଅଳଙ୍କାର ବ୍ୟବସାୟୀକ ଦୋକାନରେ ଗୁଡିକରେ ଏହି ଧନତେରାସ ଅବସରରେ ଅନେକ ଅଫର ରଖାଯାଇଛି । ବିଶେଷ କରି ସୁନା, ରୂପା ଓ ଡାଏମଣ୍ଡ କିଣିଲେ ଗଢ଼ା ମୂଲ୍ୟ ଉପରେ ଆକର୍ଷଣୀୟ ରିହାତି ପାଇବେ ଗ୍ରାହକ । ଏହି ମାସ ଶେଷ ପର୍ଯ୍ୟନ୍ତ ଅଫର ରହିଛି ।
you can also read….