ବସନ୍ତ ଶ୍ରୀପଞ୍ଚମୀ ତିଥୀ, ମହାଆଡମ୍ବରରେ ପୂଜା ପାଉଛନ୍ତି ମା' ସରସ୍ଵତୀ

Published By : Prameya-News7 Bureau | January 26, 2023 IST

ଭୁବନେଶ୍ୱର ୨୬/୦୧: ଆଜି ବସନ୍ତ ପଞ୍ଚମୀ । ମହା ଆଡମ୍ବରରେ ପୂଜା ପାଉଛନ୍ତି ବୀଣାପାଣି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦେବୀଙ୍କୁ ପୂଜା କରିଛନ୍ତି ଛାତ୍ରଛାତ୍ରୀ । ଘଣ୍ଟ ହୁଳହୁଳି ପୂଜା ବନ୍ଦନାରେ ପ୍ରକମ୍ପିତ ହେଉଛି ଶିକ୍ଷାନୁଷ୍ଠାନ ।

ଭୁବନେଶ୍ୱର ୟୁନିଟ୍ ୮ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି ସରସ୍ଵତୀ ପୂଜା । ସକାଳୁ ସକାଳୁ ଛାତ୍ର ଛାତ୍ରୀମାନେ ମା ସରସ୍ୱତୀଙ୍କ ମୂର୍ତି ଓ ଫଟୋ ସହ ସମସ୍ତ ପୂଜା ନୈବେଦ୍ୟ ପ୍ରଦାନ କରି ପୂଜା କରିଛନ୍ତି । ମା' ସରସ୍ୱତୀଙ୍କ ବନ୍ଦନାରେ ଶିକ୍ଷାନୁଷ୍ଠାନ ପ୍ରକମ୍ପିତ ହୋଇଥିଲା । କୋଭିଡ ପରେ ସମସ୍ତେ ଏକାଠି ହୋଇ ପୂଜା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.