ବିଜୟା ଦଶମୀ: ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ, କରୋନା ପାଇଁ ଫିକା ପଡିଛି ପାର୍ବଣ

Published By : Prameya-News7 Bureau | October 15, 2021 IST

ଭୁବନେଶ୍ୱର ୧୫/୧୦: ଆଜି ବିଜୟ ଦଶମୀ, ଅର୍ଥାତ୍ ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟ ଦିନ । ପ୍ରଭୁ ଶ୍ରୀରାମ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରିଥିଲେ । ଏହାପରେ ରାବଣକୁ ବଦ୍ଧ କରି ଲଙ୍କା ଉପରେ ବିଜୟ ହାସଲ କରିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର । ସେବେଠାରୁ ଦଶହରାରେ ରାବଣ ପୋଡି କରାଯାଇଥାଏ । ଆଶ୍ୱିନ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ମହିଷାସୁରକୁ ବଦ୍ଧ କରିଥିଲେ ।

ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯଏ । ନବମୀ ରାତିର ଅନ୍ଧକାର ସହିତ ଅନୁର ବଂଶ ନିପାତ ଫଳରେ ତିନିଲୋକରୁ ଅମଙ୍ଗଳ ଛାୟ ଅପସରି ଯାଇଥିଲା । ତେଣୁ ନବମୀ ପରବର୍ତ୍ତୀ ଦିନଠାରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହେଲା ବୋଲି ବିଶ୍ୱାସ ରହିଛି । ଆଜି ହେଉଛି ମାଙ୍କର ବିଶ୍ରାମର ଦିନ । କାରଣ କାଲି ଧରାପୃଷ୍ଠରୁ ମେଲାଣୀ ନେବେ ମାଆ । ଏହାସହ ଆଜି ବିଭିନ୍ନ ପୂଜା ମଣ୍ଡପରେ ବଙ୍ଗାଳୀ ସମ୍ପ୍ରଦାୟର ସ୍ତ୍ରୀ ଲୋକେ ସିନ୍ଦୁର ଖେଳ କରିବାର ପରମ୍ପରା ବି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.