ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-ଟ୍ବେଣ୍ଟି

Published By : Prameya-News7 Bureau | December 06, 2019 IST

ହାଇଦ୍ରବାଦ ୦୬।୧୨: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟ୍ବିଟେଣ୍ଟି । ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

{"id":194392,"width":554,"height":378,"sizeSlug":"large"}

ୱେଷ୍ଟଇଣ୍ଡିଜ୍ ଏହି ଗସ୍ତରେ ୩ଟି ଟ୍ବେଣ୍ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହି ଲଢ଼େଇ ହାଇଦ୍ରାବାଦଠାରୁ ଆରମ୍ଭ ହୋଇ କଟକରେ ଶେଷ ହେବ। ହାଇଦ୍ରାବାଦରେ ଦୁଇବର୍ଷ ତଳେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି-୨୦କୁ ଲଗାଣ ବର୍ଷା ଧୋଇ ନେଇଥିଲା। ଏଥର ମଧ୍ୟ ଭାରତ-ଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି-୨୦ ଅବସରରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି।

{"id":194394,"sizeSlug":"large"}

ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ପରିସଂଖ୍ୟାନକୁ ଦେଖିଲେ ଭାରତ ତୁଳନାତ୍ମକ ଭାବେ ଆଗରେ ରହିବ। ଉଭୟ ଦଳ ପରସ୍ପର ବିପକ୍ଷରେ ମୋଟ ୧୪ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୮ ମ୍ୟାଚ୍ ଜିତିଥିଲା ବେଳେ ଇଣ୍ଡିଜ୍ ୫ ମୁକାବିଲା ରେ ବିଜୟୀ ହୋଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାକୁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲି ସମ୍ଭବତଃ ଆଦୌ ଚିନ୍ତିତ ନାହାନ୍ତି।  ଭାରତ ଏହି ଶୃଙ୍ଖଳାରେ ପୂର୍ଣ୍ଣ କ୍ଷମତା ସହ ପଡ଼ିଆକୁ ଓହ୍ଲାଇବ ବୋଲି ମଧ୍ୟ କୋହଲି ସଙ୍କେତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.