ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାରାଷ୍ଟ୍ରରେ ସରକାର ଗଢିବା ନେଇ ସସପେନ୍ସ ଜାରି , ଆଜି କଂଗ୍ରେସ-ଏନସିପି ନେତାଙ୍କ ବୈଠକ

20/11/2019 at 10:45 AM

ମୁମ୍ବାଇ୨୦।୧୧:  ମହାରାଷ୍ଟ୍ର ରାଜନୀତିରେ ଘଟିକେ ଘୋଡା ଛୁଟୁଛି । କଂଗ୍ରେସ-ଏନ୍ ସିପି- ଶିବସେନା ମେଣ୍ଟ ସରକାର ଗଠନ ହେବ କି ନାହିଁ , ସେ ନେଇ କୌଣସି ସ୍ପଷ୍ଟ ଚିତ୍ର  ସାମ୍ନାକୁ ଆସୁନାହିଁ । ଶିବସେନା ସହିତ ମେଣ୍ଟ ନେଇ  ଆଜି ପୁଣି କଂଗ୍ରେସ ଓ ଏନସିପି ବୈଠକ ବସିବ । ଏହି ବୈଠକରେ ୨ ଦଳର ନେତାମାନେ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ । ଯଦି ତିନି ଦଳ ଏକାଠି ହୋଇ ସରକାର ଗଢ଼ନ୍ତି, ତା’ହେଲେ ମେଣ୍ଟ ସରକାରର ଆଭିମୁଖ୍ୟ କ’ଣ ରହିବ ସେ ନେଇ ବିସ୍ତୃତ ଆଲୋଚନା ହେବ । ଶିବସେନା ମଧ୍ୟ ଏହି ବୈଠକକୁ ନେଇ ଉତ୍ସାହିତ ଅଛି । ସପେଟ ଆଜି ମହାରାଷ୍ଟ୍ର ଚାଷୀଙ୍କ ସମସ୍ୟା ନେଇ ଏନସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ମହାରାଷ୍ଟ୍ରରେ ନୂତନ ସରକାର ଡିସେମ୍ବର ପ୍ରଥମ ସପ୍ତାହରେ ଗଢ଼ାଯାଇ ପାରିବ ବୋଲି ଶିବସେନା ବରିଷ୍ଟ ନେତା ସଞ୍ଜୟ ରାଉତ କହିଛନ୍ତି । ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ବିଧାୟକମାନଙ୍କ ବୈଠକ ଡାକିଛନ୍ତି ।  ଦଳୀୟ ବିଧାୟକମାନଙ୍କୁ ଭେଟି ସରକାର ଗଢ଼ିବାରେ ହେଉଥିବା  ବିଳମ୍ବ ସଂପର୍କରେ ସୂଚନା ପ୍ରଦାନ କରିବେ । ଏହି ବୈଠକରେ ପାର୍ଟିର ରଣନୀତି ନେଇ ଆଲୋଚନା ହେବା ର ସୂଚନା ରହିଛି ।

   Related Posts