ଆଜି ରାଜ୍ୟ ସଚିବାଳୟରେ ବସିବ ମନ୍ତ୍ରୀ ପରିଷଦ ବୈଠକ

Published By : Prameya-News7 Bureau | August 23, 2018 IST

ଭୁବନେଶ୍ୱର ୨୩/୮:ଆଜି ରାଜ୍ୟ ସଚିବାଳୟରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ । ଏହି ବୈଠକରେ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ। ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.