ଓଆରଏଚଡିସି ମାମଲା, ବାରବାଟୀ-କଟକ ଵିଧାୟକଙ୍କ ଆଵେଦନ ଉପରେ ହାଇକୋର୍ଟରେ ଶୁଣାଣି

Published By : Prameya-News7 Bureau | October 13, 2022 IST

କଟକ ୧୩/୧୦: ଓଡିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଵା ଓଆରଏଚଡିସି ମାମଲାରେ ଆଜି ଵାରଵାଟୀ କଟକ ଵିଧାୟକ ମହମ୍ମଦ୍ ମୋକିମଙ୍କ ଆଵେଦନ ଉପରେ ହାଇକୋର୍ଟରେ ଶୁଣାଣି ହେଵ ।

ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଵାରଵାଟୀ କଟକ ଵିଧାୟକ ମହମ୍ମଦ ମୋକିମଙ୍କୁ ତିନି ଵର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟକୁ ଚାଲେଞ୍ଜ କରି ମୋକିମ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଗତ ୧୦ ତାରିଖରେ ମାମଲାକୁ ଵିଚାର ପାଇଁ ଗ୍ରହଣ କରିଥିଲେ ହାଇକୋର୍ଟ । ମାମଲାର ଶୁଣାଣି କରି ମୋକିମଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।

ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ଜାମିନ ପାଇଁ ସର୍ତ୍ତ ରଖିଥିଲେ କୋର୍ଟ । ସେହିପରି ଜରିମାନା ଆଦାୟ ଉପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ତେଵେ ଜେଲ ଦଣ୍ଡାଦେଶ ସମ୍ପର୍କରେ ଆଜି ଅପରାହ୍ନ ୨ଟାରେ ହାଇକୋର୍ଟ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.