IPL 2020: ଆଜି ବାଙ୍ଗାଲୋର ଓ ପଞ୍ଜାବ ମୁକାବିଲା , ଟିମ୍‌କୁ ଫେରିପାରନ୍ତି ଗେଲ୍

Published By : Prameya-News7 Bureau | October 15, 2020 IST

ଦୁବାଇ ୧୫।୧୦: ଆଇପିଏଲ୍‌ ୨୦୨୦ରେ ଆଜି ୩୧ତମ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ । କିଙ୍ଗ୍‌ସ ଏକାଦଶ ପାଇଁ ଏହି ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂ ରହିଛିର୍ଣ୍ଣ । ଲଗାତର ୫ଟି ମ୍ୟାଚ୍‌ରେ ପରାଜିତ ହେବା ପରେ କିଙ୍ଗ୍‌ସ ଏକାଦଶ ପାଇଁ ସ୍ଥିତି ବେଶ୍‌ ସଙ୍କଟାପନ୍ନ ରହିଛି । ପ୍ଲେ ଅଫ୍‌ରେ ପ୍ରବେଶ କରିବା ନେଇ ଆଶଙ୍କା ମଧ୍ୟ ରହିଛି । ତେଣୁ ଆଜିର ମ୍ୟାଚ୍‌ ଜିତି କିଙ୍ଗ୍‌ସ ଏକାଦଶ ପୁଣି ଥରେ ନିଜର ବିଜୟଧାରାକୁ ଫେରିବା ଲକ୍ଷ୍ୟ ରଖିଛି।

ସେହିପରି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ପୂର୍ବ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ୯୭ ରନ୍‌ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କିଙ୍ଗ୍‌ସ ଏକାଦଶ ୩/୨୦୬ ରନ୍‌ କରିଥିଲା । ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ୧୭ ଓଭରରେ ୧୦୯ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ୨ଦିନ ତଳେ ଅନୁଷ୍ଠିତ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ଜିତିବା ପରେ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍‌ ଫର୍ମ ଫେରିପାଇଛନ୍ତି । ବୋଲିଂ ବିଭାଗ ସନ୍ତୁଳିତ ରହିଛି।

କିଙ୍ଗ୍‌ସ ଏକାଦଶକୁ ହରାଇବାକୁ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲରଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିବ। ଦଳରେ ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ନିକୋଲାସ ପୂରନଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ରାହୁଲ ଶତକ(୧୩୨) ଅର୍ଜନ କରିସାରିଛନ୍ତି । ଆଜିର ମ୍ୟାଚ୍‌ରେ କ୍ରିସ୍‌ ଗେଲ ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି । ଗେଲ୍‌ ଓ ମୟଙ୍କ ପାଳି ଆରମ୍ଭ କରିବା ସମ୍ଭାବନା ରହିଥିବାବେଳେ ରାହୁଲ ୩ନଂ ସ୍ଥାନରେ ବ୍ୟାଟିଂ କରିବେ ।

ବିଜୟ ଧାରାକୁ ଫେରିବାକୁ ହେଲେ କିଙ୍ଗ୍‌ସ ଏକାଦଶକୁ ବୋଲିଂ ବିଭାଗରେ ପରିବର୍ତ୍ତନ କରିବାକୁ ପଡ଼ିବ । ପଞ୍ଚମ ଓ ଷଷ୍ଠ ବୋଲର ଚୟନ କରିବାରେ ବିଫଳ ହୋଇଥିବାରୁ ପରାଜୟ ଦଳର ପିଛା ଛାଡୁନି । ସେଲଡନ କଟରେଲ, ମହମ୍ମଦ ସାମି, ରବି ବିଶ୍ନୋଇ ଓ ମୁରୁଗାନ ଅଶ୍ୱିନଙ୍କ ସହ ଅର୍ଶଦୀପ ସିଂହଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଉଛି ।
ସମ୍ଭାବ୍ୟ ଏକାଦଶ

କିଙ୍ଗ୍‌ସ ଏକାଦଶ: ଲୋକେଶ ରାହୁଲ(ଅଧିନାୟକ),କ୍ରିସ୍‌ ଗେଲ, ମୟଙ୍କ ଅଗ୍ରୱାଲ୍‌, ନିକୋଲାସ୍‌ ପୂରନ, ଗ୍ଲେନ ମ୍ୟାକ୍ସୱେଲ, ମହମ୍ମଦ ସାମି,ମନଦୀପ ସିଂହ, ସେଲଡନ କଟରେଲ, ରବି ବିଶ୍ନୋଇ, ମୁରୁଗାନ ଅଶ୍ୱିନ, ଅର୍ଶଦୀପ ସିଂହ।

ରୟାଲ୍‌ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି(ଅଧିନାୟକ), ଆରୋନ ଫିଞ୍ଚ, ଦେବଦତ୍ତ ପାଡ଼ିକଲ, ଏବି ଡି ଭିଲର୍ସ, କ୍ରିସ ମୋରିସ, ୱାସିଂଟନ ସୁନ୍ଦର, ଶିବମ ଦୁବେ, ଇସୁରୁ ଉଦାନା, ୟୁଝବେନ୍ଦ୍ର ଚହଲ, ନବଦୀପ ସାଇନି, ମହମ୍ମଦ ସିରାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.