ପର୍ବଣର ମହକରେ ମହକୁଛି ସାରା ରାଜ୍ୟ : ଆଜି ପୀଠରେ ମହାଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା

Published By : Prameya-News7 Bureau | October 05, 2019 IST

ଭୁବନେଶ୍ବର୫|୧୦: ପର୍ବଣର ମହକରେ ମହକୁଛି ସାରା ରାଜ୍ୟ । ଶାରଦୀୟ ପୂଜା ପାଇଁ ସବୁଠି ଉତ୍ସବମୁଖର । ଧରାବତରଣ କରିଛନ୍ତି ମାଆ ଜଗତଜନନୀ । ଆଜି ପୀଠରେ ମହଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା । ରାଜଧାନୀ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସହର ଓ ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିର ସହ ଜଗତଜନନୀଙ୍କ ଆବାହନ କରାଯାଉଛି । ସୁଉଚ୍ଚ ତୋରଣ ଏବଂ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଗାଁଠୁ ସହର ।

{"id":166700}

ମହାମାୟାଙ୍କ ମହାସପ୍ତମୀ । ମଣ୍ଡପରେ ଚାଲିଛି ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା । ମାଆଙ୍କ ଆବାହନ ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ରାଜଧାନୀ ଭୁବନେଶ୍ବରରେ ୧୭୯ ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ । ୧୭୪ ଟି ମେଢ ହୋଇଥିବା ବେଳେ ୫ଟି ସ୍ଥାନରେ ହେବ ରାବଣପୋଡି ।

{"id":166701}

ସବୁଠି ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ଲାଇଟ୍ ।  ସେହିପରି କଟରେ ୨୩୬ଟି ମେଢ଼ ହୋଇଛି । ସୁନା ଓ ଚାନ୍ଦିରେ ଝଟକୁଛନ୍ତି ମାଆ । ପୂଜା ପାଇଁ ଟୁଇନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡା ହୋଇଛି । ରାତି ୧୨ଟା ସୁଦ୍ଧା ମେଲୋଡି କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦେଶନାମା ଜାରି କରିଛି ପୋଲିସ ।

{"id":166702}

ସୁବର୍ଣ୍ଣପୁରରେ ଜାକଜମକରେ ଚାଲିଛି ମାଆଙ୍କ ପୂଜା । ସହରରେ ୬୦ରୁ  ଅଧିକ ମଣ୍ଡପରେ ପୂଜା ଚାଲିଛି । ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନ୍ଦର ଅଲୋକ ମାଳାରେ ଝଲସୁଛି ସାର ସୁବର୍ଣ୍ଣପୁର । କେନ୍ଦ୍ରାପଡାରେ ଅନେକ ମଣ୍ଡପରେ ଚାଲିଛି ମାଆଙ୍କ ପୂଜା । ସହରର ମହିପାଳ, ଗୁଲନଗର, ଦୁହୁରିଆ, କଶୋଟିରେ ଦେବୀଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଉଛନ୍ତି ।

{"id":166703}

 ସମ୍ବଲପୁରରେ ବି ପୂଜା ମାହୋଲ ଜମୁଛି । ସାରା ସହର ଏବେ ରଙ୍ଗୀନ୍  ଆଲୋକମାଳାରେ ଚିକ୍ ମିକ୍ କରୁଛି । ସାକ୍ଷୀପଡା, ଧନୁପାଲ୍ଲୀ, କାଲିବାଡୀର ବଙ୍ଗୀୟ ଦର୍ଗାପୂଜା, ବଡବଜାର, ବୁଢାରଜା, ଅଇଁଠାପାଲ୍ଲୀ, ମୋଦିପଡା ଆଦି ଛୋଟବଡ ୨୫ରୁ ଅଧିକ ମଣ୍ଡପ ହୋଇଛି ।

{"id":166704}

ବାଲେଶ୍ବର ସହରରରେ ୭୬ଟି ସ୍ଥାନର ଧୁମଧାମରେ ଚାଲିଛି ପୂଜା । ସହରର ସିନେମା ଛକ, ଫାଣ୍ଡିଛକ, ଟାଉନ ଥାନା ଛକ, କଚେରୀ ବଜାର , ମାରୁୱାଡ଼ି ପଟି, ମାକଲ ପୁର, ସୁନହଟ ଆଦି ସ୍ଥାନରେ ଗହଳି ଜମିଲାଣି ।

{"id":166705}

ଜୟପୁରରେ ବିଭିନ୍ନ ମଣ୍ଡପରେ ମାଆଙ୍କ ପୂଜା ଚାଲିଥିବା ବେଳେ ସୂର୍ଯ୍ୟମହଲ ମଣ୍ଡପର ଦୃଶ୍ୟ ଟିକେ ନିଆରା ।ଏଠାରେ ଜଗତ ଜନନୀଙ୍କ ସହ ପୂଜା ପାଉଛି ଯୁଦ୍ଧରେ ବ୍ୟବହୃତ ଏକ ତୋପ । ଏହି ତୋପ ମାଆଙ୍କ ଭାଇ ଭାବରେ ବଣ୍ଡା ବାଘ ନାଁରେ ବର୍ଷ ବର୍ଷ ହେବ ପୂଜା ପାଇ ଆସୁଛି।

{"id":166708}

ସେହିପରି ବଲାଙ୍ଗୀରରେ ୨୨ ରୁ ଅଧିକ ପୂଜା ମଣ୍ଡପରେ ମାଆଙ୍କ ପୂଜା ଚାଲିଛି । ଇଏ ହେଉଛି ବଲାଙ୍ଗିର ରାଜେନ୍ଦ୍ର ପଡା ମଣ୍ଡପର ଦୃଶ୍ୟ । ସମଲେଶ୍ବରୀଙ୍କ ମୁଖ ଢାଞ୍ଚାରେ ତିଆରି ହୋଇଛି ତୋରଣ । ଜଗନ୍ନାଥ ପଡା, ରୂଗୂଡି ପଡା, ରାଧାରାଣୀ ପଡା, ଶାନ୍ତି ପଡା, କଲେଜ ଛକ, ତୁଳସିନଗର , ରିଜର୍ଭ ପୋଲିସ ଭଳି ସ୍ଥାନରେ ଚାଲିଛି ପୂଜା ।

{"id":166709}

ମଣ୍ଡପରେ ମହାସପ୍ତମୀ ପୂଜା ଚାଲିଥିବା ବେଳେ ପୀଠରେ କିନ୍ତୁ ଆଜି ଅଷ୍ଟମୀ । କଟକର କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ବାଙ୍କୀର ମା’ ଚର୍ଚ୍ଚିକା, ବଡ଼ମ୍ବାର ମା’ ଭଟ୍ଟାରିକା, ଝଙ୍କଡର ମା’ ଶାରଳା, କାକଟପୁର ମଙ୍ଗଳା, ବାଣପୁର ଭଗବତୀ, ପୁରୀର ମା’ ବିମଳା, ଯାଜପୁରର ବିରଜା, କେନ୍ଦ୍ରାପଡାର କନକଦୁର୍ଗା ଆଦି ପ୍ରସିଦ୍ଧ ଶକ୍ତିପୀଠରେ ମହାଷ୍ଟମୀ ପୂଜା ହୋଇଛି । ସୋନପୁର ଗଜଜାତର ଇଷ୍ଟଦେବୀ ମା ସୁରେଶ୍ବରୀ, ସମଳେଶ୍ବରୀ ମନ୍ଦିରରେ ମଧ୍ୟ ମହାଷ୍ଠମୀ ପୂଜା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.