ଆଜି ହେଉଛି world toilet day, ବାଲୁକାକଳା ଜରିଆରେ ସୁନ୍ଦର ବାର୍ତ୍ତା ଦେଲେ ସୁଦାମ

Published By : Prameya-News7 Bureau | November 18, 2022 IST

ପୁରୀ: ଆଜି ହେଉଛି world toilet day। ଏହି ଦିବସରେ ଆମେ ସଭିଏଁ ସ୍ୱଚ୍ଛ ସାଥୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ହେଉଛି ଆମର ଦାୟିତ୍ୱ। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସୁଦାମ world  toilet dayର ଲୋଗୋ ଓ ସ୍ୱଚ୍ଛ ସାଥିର ଚିତ୍ର, i salute the dignity of sanitation worker ଲେଖିବା ସହ ପରିବେଶ ସଚେତନତା ଉପରେ ବାର୍ତ୍ତା ଦେଇଛନ୍ତି। ତେବେ ଏହି ବାଲୁକା କଳାଟି ନିର୍ମାଣ କରିବା ପାଇଁ ସୁଦାମଙ୍କୁ ୧୨ ଘଣ୍ଟା ସମୟ‌ ଲାଗିଥିବା ବେଳେ ଏଥିରେ ୩୦ ଟନ୍ ବାଲି ବ୍ୟବହାର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.