ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଭିଡିଓ କନଫରେନ୍ସିଂରେ ରଥ ନିର୍ମାଣ ନେଇ ଆଲୋଚନା
4/05/2020 at 11:34 AM

ପୁରୀ ୦୪।୦୫: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ | ଅପରାହ୍ନରେ ଭିଡିଓ କନଫରେନସିଂରେ ହେବ ଏହି ବୈଠକ | ରଥ ନିର୍ମାଣ ପାଇଁ ଏହି ବୈଠକରେ ଆଲୋଚନା ହେବ | ଗତ ପରିଚାଳନା କମିଟି ବୈଠକ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ରଥ କାର୍ଯ୍ୟ ଅନୁକୂଳ ନୀତି ଶ୍ରୀମନ୍ଦିର ମଧ୍ୟରେ ହୋଇଥିଲା । ତେବେ ବର୍ତ୍ତମାନ କିଭଳି ରଥ ନିର୍ମାଣ କାର୍ଯ୍ୟ ହେବ ବା ରଥଯାତ୍ରା କିଭଳି ହେବ ସେନେଇ ଆଜି ଆଲୋଚନା କରାଯିବ | ଆସନ୍ତା ୬ ତାରିଖରେ ଗୁଜ ଅନୁକୂଳ ଓ ୧୫ରେ ଭଉଁରୀ ଯାତ୍ରାରେ ଚକଡେରା ନୀତି ଥିବାରୁ ଆଜିର ବୈଠକ ବେଶ ଗୁରୁତ୍ବ ବହନ କରୁଛି |
Related Posts
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023
ନବ ଦାସ ହତ୍ୟା ତନାଘନା, ଝାରସୁଗୁଡ଼ା ଯିବ ଜଷ୍ଟିସ୍ ଜେ.ପି ଦାସ
7 February 2023