ଚତୁର୍ଥ ଟି-୨୦: ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଇର ବ୍ୟାଟିଂ ନିଷ୍ପତ୍ତି, ସୂର୍ଯ୍ୟ ଓ ତିଳକ ବର୍ମାଙ୍କ ଉପରେ ସଭିଙ୍କ ନଜର
12/08/2023 at 7:50 PM

ତ୍ରିନିଦାଦ୍: ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶନିବାର ଖେଳାଯିବ ସିରିଜ୍ର ୪ର୍ଥ ମ୍ୟାଚ୍ । ପାଞ୍ଚ ଟିକିଆ ସିରିଜ୍ରେ ଭାରତ ୨-୧ରେ ପଛୁଆ ରହିଥିବା ବେଳେ ଓ୍ୱେଷ୍ଟଇଣ୍ଡିଜ୍ ଆଗରେ ରହିଛି। ଯଦି ଆଜିର ମ୍ୟାଚ୍ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ ଜିତେ ତେବେ ସିରିଜ୍କୁ ନିଜ ନାମରେ କରିବାରେ ସଫଳ । ସେପଟେ ଭାରତ ପାଇଁ ଏହି ମ୍ୟାଚ୍ବି କର ବା ମର ସ୍ଥିତି । ସିରିଜ୍ରେ ରହିବାକୁ ହେଲେ ଆଜିର ମ୍ୟାଚ୍ ଜିତିବାକୁ ପଡିବ । ମ୍ୟାଚ୍ରେ ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ଘଟିନି। ଆଜିର ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ଉପରେ ସଭିଙ୍କ ନଜର।
Also read- ଏସିଆନ୍ ଚାମ୍ପିୟନ ଟ୍ରଫି ଫାଇନାଲରେ ଭାରତ, ସେମିରେ ଜାପାନକୁ ୫-୦ ଗୋଲରେ ଦେଲା ମାତ୍
ପ୍ରଥମ ଦୁଇଟି ମ୍ୟାଚ୍ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍ । ଉଭୟ ମ୍ୟାଚ୍ରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଲାଇନ୍ଅପ୍ ଫେଲ ମାରିଥିଲା । ଯାହାଫଳରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ରେ ୨-୦ରେ ଆଗରେ ଥିଲା ଘରୋଇ ଟିମ୍ । ଶେଷରେ ଆସିଲା ତୃତୀୟ ଟି-୨୦ ମ୍ୟାଚ୍ । ଯଦି ଭାରତୀୟ ଟିମ୍ ୩ୟ ଟି-୨୦ ମ୍ୟାଚ୍ରେ ବିଜୟୀ ନହୁଏ, ତେବେ ସିରିଜ୍କୁ ହରାଇବସିଥାନ୍ତି । ହେଲେ ସିରିଜ୍ରେ ତୃତୀୟ ମ୍ୟାଚ୍ରେ କ୍ଲିକ୍ କରିଥିଲେ ଭାରତର ବ୍ୟାଟିଂ ଲାଇନ୍ଅପ । ଆଉ ଓ୍ୱେଷ୍ଟଇଣ୍ଡିଜ ଦେଇଥିବା ଟାର୍ଗେଟକୁ ୨ ଓଭର ବାକି ଥାଇ ହାସଲ କରିନେଇଥିଲା । ଶେଷରେ ସିରିଜ୍ରେ ବର୍ତ୍ତମାନ ସୁଦ୍ଧା ଭାରତ ୨-୧ରେ ରହିଛି ।
ଏହି ଗ୍ରାଉଣ୍ଡରେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିଥିବା ଦଳ ମାତ୍ର ଦୁଇ ଥର ବିଜୟ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୭୭ ରହିଛି। ଏହି ଷ୍ଟାଡିୟମରେ ଲକ୍ଷ୍ୟର ପିଛା କରିବାକୁ ଦଳ ପଛଘୁଞ୍ଚା ଦେଇଥାନ୍ତି। ତେଣୁ ଚତୁର୍ଥ ମ୍ୟାଚ୍ରେ ଟସ୍ ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି। ଏଥିସହ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ। ମ୍ୟାଚ୍ର ଆରମ୍ଭରୁ ପିଚ୍ ବ୍ୟାଟରଙ୍କୁ ସୁହାଇଥାଏ, ମାତ୍ର ଯେମିତି ମ୍ୟାଚ୍ ଆଗକୁ ବଢେ ପିଚ୍ ଧିମା ହୋଇଯାଏ।
ଭାରତ ତୃତୀୟ ମ୍ୟାଚ୍ ଜିତି ଥିଲେ ମଧ୍ୟ ଓ୍ଵେଷ୍ଟଇଣ୍ଡିଜ ଏବେ ମଧ୍ୟ ସିରିଜ୍ରେ ୨-୧ରେ ଅଗ୍ରଣୀ ରହିଛି। ଘରୋଇ ଦଳ ନିଜର ବ୍ୟାଟିଂକୁ ନେଇ ଚିନ୍ତାରେ ପଡ଼ିଛି। ନିକୋଲାସ ପୂରନଙ୍କୁ ବାଦ୍ ଦେଲେ ଓ୍ଵେଷ୍ଟଇଣ୍ଡିଜର ଅନ୍ୟ ବ୍ୟାଟର ଦଳକୁ ନିରାଶ କରିଛନ୍ତି। ତେଣୁ ପୂରନ ହିଁ ଏହି ସିରିଜ୍ରେ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ତାଙ୍କୁ ଶୀଘ୍ର ଆଜି ଆଉଟ୍ ନ କଲେ ସେ ଭାରତୀୟ ବୋଲରଙ୍କୁ ଚାପରେ ରଖିବାରେ ସଫଳ ହେବେ।
Also read- ବଦଳିଲା ବିଶ୍ଵକପ୍ର ୨୦୨୩ର ଖେଳସୂଚୀ, ଏହି ତାରିଖରେ ଖେଳାଯିବ ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚ୍
ଆମେରିକାର ଫ୍ଲୋରିଡାରେ ଖେଳାଯିବ ଏହି ମ୍ୟାଚ୍ । ଯଦି ଭାରତୀୟ ଟିମ୍ ଏହି ମ୍ୟାଚ୍ରେ ବିଜୟୀ ହେଉଛି । ତେବେ ସିରିଜ୍ରେ ୨-୨ରେ ବରାବର ହେବ। ଆଉ ଶେଷ ମ୍ୟାଚ୍ ଯିଏ ଜିତିବ, ସିଏ ସିରିଜ୍ ହାତେଇବ । ସେପଟେ ଯଦି ଓ୍ୱେଷ୍ଟଇଣ୍ଡିଜ୍ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ ଜିତିଯାଏ, ତେବେ ସିରିଜ୍ ୩-୧ରେ ନିଜ ନାମରେ କରିବାର ସକ୍ଷମ ହେବ । ଆଉ କେବଳ ଔପଚାରିକତା ପାଇଁ ସିରିଜ୍ର ଶେଷ ମ୍ୟାଚ୍ ଖେଳାଯିବ ।
ୱେଷ୍ଟଇଣ୍ଡିଜ୍ ଦଳ : ବ୍ରେଣ୍ଡନ କିଙ୍ଗ, କାଇଲ ମେୟର୍ସ, ସାଇ ହୋପ୍, ନିକୋଲାସ ପୂରନ(ଓ୍ଵିକେଟ୍ କିପର), ରୋଭମ୍ୟାନ ପାଓ୍ଵେଲ୍(ଅଧିନାୟକ), ସିମରନ ହେଟମାୟର, ଜାସନ ହୋଲଡର, ରୋମାରିଓ ସେଫାର୍ଡ, ଓଡିନ ସ୍ମିଥ୍, ଅକିଲ ହୋସେନ, ଅବେଡ ମକେୟ।
ଭାରତୀୟ ଦଳ : ଶୁଭମନ ଗିଲ୍, ଯଶସ୍ଵୀ ଜୟସଓ୍ଵାଲ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର।