ପାଞ୍ଚ ଭାରତୀୟ କ୍ରିକେଟର୍‌ଙ୍କ ଆଜି ଜନ୍ମଦିନ; କିଏ ହ୍ୟାଟ୍ରିକ୍‌ ନେଇଛନ୍ତି ତ କିଏ ମାରିଛନ୍ତି ତ୍ରିଶତକ

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ ୦୬/୧୨: ଭାରତୀୟ କ୍ରିକେଟ୍‌ ପାଇଁ ଆଜି ବହୁତ ସ୍ୱତନ୍ତ୍ର ଦିନ। କାରଣ ଡିସେମ୍ୱର ୬ ବା ଆଜି ୫ଜଣ ଭାରତୀୟ କ୍ରିକେଟ୍‌ ଖେଳାଳୀଙ୍କ ଜନ୍ମଦିନ। ଏହି ଖେଳାଳୀମାନେ ଭାରତ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରିକେ୍ଟ୍‌ ଖେଳି ଏକ ଲମ୍ୱା ଅଧ୍ୟାୟ ସୃଷ୍ଟି କରିବା ସହିତ ଦେଶର ଗୌରବ ବଢ଼ାଇଛନ୍ତି। ଏହି କ୍ରିକେଟରମାନଙ୍କ ମଧ୍ୟରୁ ଏବେ ୩ ଖେଳାଳୀ ଇଣ୍ଡିଆ ଟିମ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ଅନ୍ୟ ଜଣେ ବହୁଦିନ ହେଲା କ୍ରିକେଟ୍‌ ଖେଳୁନାହାନ୍ତି। ଏହା ସହିତ ଅନ୍ୟଜଣେ ବିଶିଷ୍ଟ ଅନ୍ତର୍ଜାତୀୟ ଖେଳାଳି କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି। ତାହେଲେ ଆସନ୍ତୁ ଜାଣିବା ଡିସେମ୍ୱର ୬ରେ କେଉଁ ଖେଳାଳିମାନେ ଜନ୍ମନେଇଥିଲେ। ସେମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡ଼େଜା, ଶ୍ରେୟଶ ଅୟର, କରୁଣ ନାୟର ଏବଂ ରୁଦ୍ରପ୍ରତାପ ସିଂହ ସାମିଲ୍‌ ଅଛନ୍ତି।

ରବୀନ୍ଦ୍ର ଜାଡ଼େଜା :~ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଆଜିଠୁ ୩୪ ବର୍ଷ ହେଲା। ୧୯୮୮ ଡିସେମ୍ୱର ୬ରେ ସୌରାଷ୍ଟ୍ରରେ ଜନ୍ମ ହୋଇଥିବା ରବୀନ୍ଦ୍ର ୨୦୦୯ରେ ତାଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିଅର୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳି ଆରମ୍ଭ କରିଥିଲେ। ସେ ଏବେ ସୁଦ୍ଧା ୧୭୧ଟି ୱାନ୍‌ଡେ, ୬୪ଟି ଟି-ଟ୍ୱେଣ୍ଟି, ୬୦ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ୱାନ-ଡେ ଇଣ୍ଟରନ୍ୟାସନାଲରେ ଜାଡେଜା ୨୪୪୭ ରନ୍‌ରେ ହାରାହାରି ୩୨.୬୨ ପ୍ରତିଶତ ସ୍କୋର କରିଥିଲେ ଯେଉଁଥିରେ ୧୩ଟି ଅର୍ଦ୍ଧଶତକ ସାମିଲ ଥିଲା। ବାମ ହାତରେ ସ୍ପିନର ଖେଳୁଥିବା ଜାଡ଼େଜା ୱାନ୍‌ଡେ ଇଣ୍ଟରନ୍ୟାସନାଲରେ ୧୮୯ଟି ୱିକେଟ୍‌ ନେବା ସହିତ ୩୬ ରନ୍‌ଦେଇ ୫ଟି ୱିକେଟ୍‌ ସହିତ ବୋଲିଂ କରିଥିଲେ।  

ଜଶପ୍ରୀତ ବୁମରାହ:~ ଦୃତତମ ବୋଲର ଜଶପ୍ରୀତ ବୁମରାହଙ୍କୁ ଆଜି ୨୮ ବର୍ଷ ହେଲା। ୧୯୯୩ ଡିସେମ୍ୱର ୬ରେ ବୁମରାହ ଅହମଦାବାଦରେ ଜନ୍ମ ନେଇଥିଲେ। ସେ ଭାରତ ପାଇଁ ୩ଟି ଫର୍ମାଟ୍‌ରେ ଖେଳି (ଟେଷ୍ଟ, ୱାନଡେ ଓ ଟି-ଟ୍ୱେଣ୍ଟି ) ନିଜର ଉପସ୍ଥିତି ଜାହିର କରିଛନ୍ତି। କିନ୍ତୁ ତାଙ୍କ ପିଠିରେ ଆଘାତ ପାଇଁ ସେ ଏବେ କ୍ରିକେଟରୁ ଦୁରେଇ ରହିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୭୨ଟି ୱାନ୍‌ଡେ, ୬୦ଟି ଟି-୨୦, ୩୦ଟି ଟେଷ୍ଟମ୍ୟାଚ୍‌ ଖେଳିସାରିଛନ୍ତି। ଯେଉଁଠି ୱାନ୍‌ଡେ ଇଣ୍ଟରନ୍ୟାସନାଲ ମ୍ୟାଚରେ ବୁମରାହ ୧୨୧ଟି ୱିକେଟ୍‌ ନେଇସାରିଛନ୍ତି। ସେହିପରି ଟି ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ସେ ୭୦ଟି ୱିକେଟ୍‌ ହାସଲ କରିଛନ୍ତି। ଏହା ସହିତ ଟେଷ୍ଟ ମ୍ୟାଚ୍‌ରେ ଜଶପ୍ରୀତ ୧୨୮ଟି ୱିକେଟ୍‌ ହାସଲ କରିଥିଲେ।

ଶ୍ରେୟସ ଅୟର :~ ମୁମ୍ୱାଇରେ ଜନ୍ମ ନେଇଥିବା ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଜି ୨୮ ବର୍ଷ ହୋଇଛି। ଶ୍ରେୟଶ ଅୟର୍‌ ଏବେ ସୁଦ୍ଧା ଭାରତ ପାଇଁ ୪୯ଟି ଟି-୨୦, ୩୭ଟି ୱାନ୍‌ଡେ, ୫ଟି ଟେଷ୍ଟମ୍ୟାଚ୍ ଖେଳିଛନ୍ତି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶ୍ରେୟଶ ୧୦୪୩ଟି ରନ୍‌ କରିଛନ୍ତି ଯେଉଁଥିରେକି ଅର୍ଦ୍ଧଶତକ ମଧ୍ୟ ସାମିଲ୍‌ ରହିଛି। ୱାନ୍‌ଡେ ଇଣ୍ଟରନ୍ୟାସନାଲ କଥା କହିଲେ ଶ୍ରେୟଶ  ଅୟର ୧୪୫୨ଟି ରନ୍‌ କରିଛନ୍ତି। ଏହି ସମୟରେ ତାଙ୍କ ବୋଲିଂରେ ୨ଟି ଶତକ ଓ ୧୩ଟି ଅର୍ଦ୍ଧ ଶତକ ମିଳିଛି। ଟେଷ୍ଟ କ୍ରିକେଟରେ ଶ୍ରେୟଶ ମଧ୍ୟ ୪୨୨ ରନ୍‌ ହାସଲ କରିଛନ୍ତି।   

କରୁଣ ନାୟର:~ ଯୋଧପୁରରେ ଜନ୍ମ ନେଇଥିବା କ୍ରିକେଟର କରୁଣ ନାୟର ମୂଳତଃ କର୍ଣ୍ଣାଟକର ବାସିନ୍ଦା। ୩୧ ବର୍ଷୀୟ କରୁଣ ଟେଷ୍ଟ କ୍ରିକେଟ୍‌ରେ ବିରେନ୍ଦ୍ର ସେହୱାଗଙ୍କ ପରେ ୩ଟି ସେଞ୍ଚୁରି ହାସଲ କରିଥିବା ଭାରତର ଦ୍ୱିତୀୟ କ୍ରିକେଟର। କିନ୍ତୁ କ୍ରିକେଟରେ କରୁଣଙ୍କୁ ଅଧିକ ସୁଯୋଗ ମିଳିନାହିଁ। ୨୦୧୭ ପରେ ସେ ଇଣ୍ଟରନ୍ୟାସନାଲ ଟେଷ୍ଟ ମ୍ୟାଚ୍‌ରୁ ଦୂରେଇ ରହିଛନ୍ତି। ସେ ତାଙ୍କ କ୍ୟାରିଅର୍‌ର ତୃତୀୟ ଟେଷ୍ଟମ୍ୟାଚ୍‌ରେ ୩ଟି ସେଞ୍ଚୁରି ହାସଲ କରିଥିଲେ। କିନ୍ତୁ ଏହାପରେ ସେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ୬ଟି ଟେଷ୍ଟ ମ୍ୟାଚରେ ୩୭୪ଟି ରନ୍‌ ନେଇଛନ୍ତି।

ଆର୍‌ପି ସିଂହ:~ ରାୟବରେଲିରେ ଜନ୍ମ ନେଇଥିବା ଆରପି ସିଂହଙ୍କୁ ଆଜି ୩୭ ବର୍ଷ ହୋଇଛି। ଉତ୍ତରପ୍ରଦେଶର ଏହି ଦୃତତମ ବୋଲର ଧମାକଦାର୍‌ ଅନ୍ଦାଜରେ ନିଜର କ୍ରିକେଟ୍‌ କ୍ୟାରିଅର ଆରମ୍ଭ କରିଥିଲେ। ଆରପିଙ୍କୁ ୨୦୦୬ରେ ପାକିସ୍ତାନ ବିପକ୍ଷରେ ଫୈସଲାବାଦ ଟେଷ୍ଟରେ ଡେବ୍ୟୁ କରିବାର ମୌକା ମିଳିଥିଲା। ସେ ତାଙ୍କ ପ୍ରଥମ ମ୍ୟାଚରେ ‘ମେନ୍ଅଫ୍‌-ଦ-ମ୍ୟାଚ୍‌’ ଘୋଷିତ ହୋଇଥିଲେ। ୨୦୦୭ରେ ପ୍ରଥମ ଟି-୨୦ ୱାର୍ଲଡ କପ୍‌ରେ ଭାରତକୁ ଚମ୍ପିଆନ୍‌ କରିବାରେ ରୁଦ୍ର ପ୍ରତାପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଆର୍‌ପି ୧୪ଟି ଟେଷ୍ଟ ମ୍ୟାଚ୍‌ରେ ୪୦ଟି ୱିକେଟ୍‌ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.