oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

IPLରେ ବୁଧବାର ଜବରଦସ୍ତ ଫାଇଟ, ମୁହାଁମୁହିଁ ହେବେ ରାଜସ୍ଥାନ ଓ ଦିଲ୍ଲୀ, କ୍ୟାପିଟାଲ୍ସ ପାଇଁ ‘କର ବା ମର’

11/05/2022 at 9:15 AM

ମୁମ୍ବାଇ,୧୧/୦୫: ଚଳିତ ଆଇପିଏଲ୍‌ର ୫୮ତମ ଲିଗ୍‌ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଉଭୟ ଦଳ ଇତି ମଧ୍ୟରେ ଜୋରଦାର ପ୍ରସ୍ତୁତି କରିଛନ୍ତି । କ୍ୟାପିଟାଲ୍ସ ପୁଣିଥରେ ବିଜୟକୁ ଫେରି ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ଲକ୍ଷ୍ୟ ରଖିଛି । ସେହିପରି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ କ୍ୟାପିଟାଲ୍ସ ଯୋଜନା ପ୍ରସ୍ତୁତ କରିଛି ।

ଉଭୟ ଦଳ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ବିଜୟ ସହ ରୟାଲ୍ସ ଦଳ ପ୍ଲେ-ଅଫ ନିକଟତର ହେବାକୁ ପ୍ରୟାସ କରିବ । ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଥିବାରୁ ଆସନ୍ତା କାଲି ରୟାଲ୍ସ ଦଳର ପଲା ଭାରି ରହିବ । କ୍ୟାପିଟାଲ୍ସ ୨ ଦିନ ତଳେ ଚେନ୍ନାଇ ସୁପରକିଙ୍ଗ୍‌ସ ଠାରୁ ୯୧ ରନ୍‌ରେ ପରାଜିତ ହୋଇଥିଲା ।
ପ୍ଲେ-ଅଫ ସ୍ୱପ୍ନ ସାକାର କରିବାକୁ ହେଲେ ଦଳଗତ ପ୍ରଦର୍ଶନ ଜରୁରି । ପୂର୍ବ ପରାଜୟକୁ ଭୁଲି ଆସନ୍ତା କାଲି କ୍ୟାପିଟାଲ୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବ । ରାଜସ୍ଥାନ ରୟାଲ୍ସ ୧୧ଟି ମ୍ୟାଚ୍‌ ଖେଳି ୭ ବିଜୟ ସହ ମୋଟ୍‌ ୧୪ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ତୃତୀୟ ସ୍ଥାନରେ ରହିଛି । ଦଳ ଆଗକୁ ଆଉ ୩ଟି ଲିଗ୍‌ ମ୍ୟାଚ୍‌ ଖେଳିବ । ଏଥିରୁ ୨ଟି ମ୍ୟାଚ୍‌ ଜିତିଲେ ସିଧା ସଳଖ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ଗୋଟିଏ ବିଜୟ ମଧ୍ୟ ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇ ପାରିବ ।
ଶେଷ ୩ଟି ଯାକ ମ୍ୟାଚ୍‌ ପରାଜିତ ହେଲେ ମଧ୍ୟ ରୟାଲ୍ସ ୧୪ ପଏଣ୍ଟ ସହ ପ୍ଲେ-ଅଫ୍‌ରେ ଚତୁର୍ଥ ଦଳ ଭାବେ ପ୍ରବେଶ କରିପାରିବ । ହେଲେ ଏଥିପାଇଁ ଅନ୍ୟ ଦଳ ଗୁଡ଼ିକୁ ମଧ୍ୟ ପରାଜିତ ହେବାକୁ ପଡ଼ିବ । ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍‌ ଖେଳି ୧୦ ପଏଣ୍ଟ ଅର୍ଜନ କରିଛି । ରନ୍‌ରେଟ୍‌ ୦.୧୫୦ ରହିଛି । କ୍ୟାପିଟାଲ୍ସ ଦଳ ଶେଷ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ରୟାଲ୍ସ, ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।

ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ କ୍ୟାପିଟାଲ୍ସକୁ ୩ଟି ଯାକ ମ୍ୟାଚ ଜିତିବାକୁ ପଡ଼ିବ । କୌଣସି ଗୋଟିଏ ମ୍ୟାଚ ପରାଜିତ ହେଲେ ପ୍ଲେ-ଅଫରେ ପହଞ୍ଚିବା କଷ୍ଟକର ହେବ । ୧୪ ପଏଣ୍ଟ ହାସଲ କରିସାରିଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ବାକି ୨ଟି ଲେଖାଏଁ ମ୍ୟାଚ୍‌ ପରାଜିତ ହେଲେ କ୍ୟାପିଟାଲ୍ସ ବାକି ୩ଟିରୁ ୨ଟି ମ୍ୟାଚ୍‌ ଜିତିଲେ ମଧ୍ୟ ପ୍ଲେ-ଅଫ ସମ୍ଭବ
ହୋଇପାରିବ ।

   Related Posts