ପ୍ଲେ-ଅଫ୍ ଲଢ଼େଇ; ସଂଧ୍ୟାରେ ଟାଇଟନ୍‌ସ-ସୁପର କିଙ୍ଗ୍‌ସ ଟକ୍କର

Published By : Prameya-News7 Bureau | May 23, 2023 IST

ଚେନ୍ନାଇ: ଆଇପିଏଲରେ ପ୍ଲେ-ଅଫ୍ ଲଢ଼େଇ । ମଙ୍ଗଳବାର ସଂଧ୍ୟାରେ ଖେଳାଯିବ ପ୍ରଥମ କ୍ବାଲିଫାୟର ମ୍ୟାଚ୍ । ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନସ୍ ଓ ୪ଥର ଟାଇଟଲ ବିଜେତା ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଟକ୍କର ହେବ । ବିଜେତା ଦଳ ସିଧା ଫାଇନାଲରେ ଏଣ୍ଟ୍ରି କରିବ । ସେହିପରି ପରାଜିତ ଟିମକୁ ଆଉ ଏକ ସୁଯୋଗ ମିଳିବ ।

ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ଏହି ହାଇ-ଭୋଲଟେଜ୍ ଗେମ୍ । ସିଏସକେ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳୁଥିବାରୁ ଖେଳାଳିଙ୍କ ଦବଦବା ରହିବ । ସେପଟେ ଓ୍ବିକେଟ୍ ପଛରୁ ରଣନୀତି ପ୍ରସ୍ତୁତ କରିବେ କ୍ୟାପଟେନ୍ କୁଲ୍ । ଆଜିର ମ୍ୟାଚ ସ୍ପିନରଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ । ଚେନ୍ନାଇର ମୋଇନ ଅଲ୍ଲି ଓ ଟାଇଟନ୍ସର ରସିଦ୍ ଖାନ୍ ମଧ୍ୟରେ ଟକ୍କର ହେବ । ଏବେ ଟପ୍ ଫର୍ମରେ ରହିଛନ୍ତି ଆଫଗାନିସ୍ତାନର ଏହି ସ୍ସିନର । ଚଳିତ ଆଇପିଏଲରେ ରସିଦ ଖାନ୍ ୧୪ଟି ମ୍ୟାଚ ଖେଳି ୨୪ଟି ଓ୍ବିକେଟ୍ ନେଇଛନ୍ତି । ସେହିପରି ପେସ୍ ବୋଲର ତୁଷାର ଦେଶପାଣ୍ଡେ ଓ ମହମ୍ମଦ ସାମିଙ୍କ ମଧ୍ୟରେ ଟକ୍କର ହେବ । ଗୁଜରାଟର ମହମ୍ମଦ ସାମିରେ ୧୪ଟି ମ୍ୟାଚରୁ ୨୪ଟି ଓ୍ବିକେଟ୍ ନେଇ ପର୍ପଲ କ୍ୟାପକୁ ନିଜ ପାଖରେ ରଖିଛନ୍ତି । ସାମିଙ୍କ ସିମ୍ ବୋଲିଂକୁ ସାମ୍ନାରେ  କରିବେ ଚେନ୍ନାଇ ବ୍ୟାଟର । ସେହିପରି ସିଏସକେ ତୁଷାର ଦେଶପାଣ୍ଡେ ଚଳିତ ଆଇପିଏଲର ୧୪ଟି ମ୍ୟାଚ ଖେଳି ୨୦ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।

ଅନ୍ୟପଟେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ବ୍ୟାଟରଙ୍କ ମଧ୍ୟରେ ଲଢେଇ ଦେଥିବାକୁ ମିଳିବ । ଫର୍ମର ଶୀର୍ଷରେ ଥିବା ଶୁବମନ୍ ଗିଲଙ୍କ ପ୍ରାରମ୍ଭରୁ ଅଟକାଇବାକୁ ପଡ଼ିବ । ଚଳିବ ଆଇପିଏଲରେ ଦୁଇଟି ଶତକୀୟ ପାଳି ଖେଳି ଦଳ କେବଳ ବିଜୟୀ କରିନାହାନ୍ତି ବରଂ କ୍ରିକେଟ୍ ପ୍ରେମୀର ହୃଦୟ ଜିତିପାରିଛନ୍ତି । ୧୪ଟି ମ୍ୟାଚରୁ ୫୬.୬୭ ହାରରେ ୬୮୦ ରନ୍ ସଂଗ୍ରହ କରିଛନ୍ତି । ସେପଟେ ଚେନ୍ନାଇ ସୁପର କିଙ୍ଗସର ଡେଭିଡ୍ କନଓ୍ବେ ମଧ୍ୟ ଟପ୍ ଫର୍ମରେ ରହିଛନ୍ତି । ୧୪ଟି ମ୍ୟାଚ ଖେଳି ୫୩.୧୪ ହାରରେ ୫୮୫ ରନ ସଂଗ୍ରହ କରିଛନ୍ତି । ଆଜିରେ ମ୍ୟାଚରେ ଶୁବମନ ଗିଲ୍ ଓ ଡେଭିଡ୍ କନଓ୍ବେ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ ।

ବ୍ୟାଟିଂ ଓ ବୋଲିଂରେ ଶନ୍ତୁଳିତ ଦଳ ଉଭୟ ଟିମ୍ । ଚେନ୍ନାଇରେ ଏହି ମ୍ୟାଚ ଖେଳାଯାଉଥିବାରୁ ସିଏସକେର ପଲା ଭାରି ରହିବ । ଆଇପିଏଲରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ୩ଥର ମୁକାବିଲା ହୋଇଛି । ପ୍ରତିଥର ଟାଇଟନ୍ସ ବିଜୟୀ ହୋଇଛି । ଆଜି ପ୍ରଥମ ପ୍ଲେ-ଅଫ୍ ମ୍ୟାଚ ଯେଉଁ ଦଳ ବିଜୟୀ ହେବ, ସେହି ଟିମ୍ ସିଧା ଫାଇନଲରେ ଏଣ୍ଟ୍ରି କରିବ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.