T-୨୦ ବିଶ୍ୱକପ୍‌: ଗୁରୁବାର ନେଦରଲାଣ୍ଡ-ଭାରତ ମୁକାବିଲା

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଲୀ ୨୭/୧୦: ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ଆଜି ନେଦରଲାଣ୍ଡକୁ ଭେଟିବ ଭାରତ। ପାକିସ୍ତାନ ବିପକ୍ଷରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ଭାରତୀୟ ଦଳ ବେଶ୍ ଉତ୍ସାହିତ ଅଛି । ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପୂର୍ବରୁ ନେଦରଲାଣ୍ଡ ବିପକ୍ଷରେ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି ରୋହିତ ସେନା ।

ଏପରିକି ଚୂଡାନ୍ତ ଦଳରେ କୌଣସି ପରିବର୍ତ୍ତନ କରାଯିବାର ସମ୍ଭାବନା ନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ୮ ବର୍ଷ ମଧ୍ୟରେ ପ୍ରଥମ ଥର ଅରେଞ୍ଜ ଟିମ୍ ନେଦରଲ୍ୟାଣ୍ଡ ମୁଖ୍ୟ ରାଉଣ୍ଡରେ ଖେଳିବାକୁ ଯାଉଛି । କିନ୍ତୁ ଶକ୍ତିଶାଳୀ ଭାରତ ବିପକ୍ଷରେ ନେଦରଲାଣ୍ଡକୁ ଦୃଢ଼ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ଉଭୟ ଦଳଙ୍କ ମଧ୍ୟରେ ଏହା ପ୍ରଥମ ମୁକାବିଲା ହେବ । ଆଜିର ମ୍ୟାଚ୍ ରେ ଦ୍ରୁତ ବୋଲରଙ୍କ ଅପେକ୍ଷା ସ୍ପିନରମାନେ ଅଧିକ କରାମତି ଦେଖାଇପାରିବେ ବୋଲି ଆଶା କରାଯାଉଛି ।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ବେଳେ ସାମାନ୍ୟ ଆହତ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ଅଭ୍ୟାସ କରିଛନ୍ତି। ଅନ୍ୟମାନେ ସ୍ବାଭାବିକ୍ ଭାବେ ଫିଟ୍ ନେସ୍ ଅଭ୍ୟାସ କରିଥିଲେ। ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଥିଲେ ହେଁ ନେଦରଲ୍ୟାଣ୍ଡକୁ ଅଧିକ ଚାପରେ ରହିବାକୁ ପଡ଼ିନପାରେ। କାରଣ ପୂର୍ବରୁ ୱେଷ୍ଟଇଣ୍ଡିଜ୍ , ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍ ଓ ପାକିସ୍ତାନ ବିପକ୍ଷରେ ଦଳ ଖେଳିସାରିଛି।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.