ଏସିଆ କପ୍‌ରେ ଆଜି ଭାରତ-ହଂକଂ ମୁକାବିଲା : ଅପରାହ୍ନ ୫ଟାରେ ଆରମ୍ଭ ହେବ ମ୍ୟାଚ୍

Published By : Prameya-News7 Bureau | September 18, 2018 IST

ଏସିଆ କପ୍ ଆଜି ଭାରତର ପ୍ରଥମ ମ୍ୟାଚ୍ । ଭାରତ ଆଜି ଅପେକ୍ଷାକୃତ ଦୁର୍ବଳ ହଂକଂକୁ ଭେଟିବ । ଆସନ୍ତାକାଲି ଦଳ ଭେଟିବ ପାରଂପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ । ଆଜି ମ୍ୟାଚ୍ ଦୁବାଇଠାରେ ଭାରତୀୟ ସମୟ ଅପରାହ୍ନ ୫ଟାରେ ଆରମ୍ଭ ହେବ । ହଂକଂ ଦଳର ନେତୃତ୍ବ ଜଣେ ଭାରତୀୟ ବଂଶୋଦ୍ଭବ ଅଂଶୁମାନ ରଥ ନେଇଥିବା ବେଳେ ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି ରୋହିତ ଶର୍ମା । ବିରାଟ କୋହଲିଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ରାମ ଦିଆଯାଇଛି । ଆଜିର ମ୍ୟାଚରେ ଭାରତ ପକ୍ଷରୁ ସମ୍ଭବତଃ ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ବନ, ଅମ୍ବିତି ରାୟିଡୁ, ମହେନ୍ଦ୍ର ସିଂ ଧୋନୀ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ଯସପ୍ରିତ ବୁମରା, ୟୁବେନ୍ଦ୍ର ଚହଲ ଖେଲିବାର ସମ୍ଭାବନା ରହିଛି । ଆସନ୍ତାକାଲି ପାରଂପରିକ ପ୍ରିତିଦ୍ବନ୍ଦ୍ବୀ ପାକିସ୍ତାନ ସହ ମୁକାବିଲା ଥିବା ଯୋଗୁଁ ହୁଏତ କିଛି ମୁଖ୍ୟ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଭାରତ ଚାହିଁପାରେ । ଯଦି ତାହା ହୁଏ ତାହେଲେ କେ.ଏଲ. ରାହୁଲ, ଅକ୍ସର ପଟେଲ, ଶାର୍ଦ୍ଦୁକ ଠାକୁର, ଖଲିଲ ଅହମ୍ମଦ ଖେଳିବାର ସୁଯୋଗ ପାଇବେ । ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଅକ୍ସର ପଟେଲଙ୍କ ଖେଳ ଦେକିବାକୁ ସେ ବେଶ୍ ଉତ୍କଣ୍ଠିତ । ଏଥିରୁ ଅନୁମାନ କରାଯାଇଛି ଆଜିୁ ନବାଗତଙ୍କୁ ସୁଯୋଗ ମିଳିରପାରେ । ଅପରପକ୍ଷରେ ଅଧିନାୟକ ଅଂଶୁମାନ ରଥଙ୍କ ହଂକଂ ଦଳରେ ନଜାକତ ଖାନ୍, ବାବର ହୟାତ, କିନଚିତ ଶାହା, ଖ୍ରୀଷ୍ଟଫର କାର୍ଟେର, ଏହେସାନ ଖାନ୍, ଐଜାଜ ଖାନ୍, ସ୍କଟ୍ ତନଓ୍ବର ଅଫଜଲ, ଏହେସାନ ନଓ୍ବାଜ ଏବଂ ନଦୀମ ଅହମ୍ମଦ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.