ବିରୋଧୀଙ୍କ ହଙ୍ଗାମା ପରେ ଅଚଳ ଗୃହ, ୪ଟା ଯାଏଁ ବିଧାନସଭା ମୁଲତବୀ
26/09/2023 at 12:55 PM

ଭୁବନେଶ୍ୱର ୨୬/୦୯: ବିଧାନସଭା ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ହୋହଲ୍ଲା ହଙ୍ଗାମା କରିଥିଲେ । ଏମିତିକି ବାଚସ୍ପତିଙ୍କ ଆସନ ସମ୍ମୁଖରେ ଯାଇ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ ଟା ଯାଏଁ ମୁଲତବୀ କରିଥିଲେ । ପରେ ୧୨ଟା ପରେ ବି ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ତଥାପି ଚାଲିପାରିଲାନଥିଲା ଗୃହ । ପୁଣିଥରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି ।
ସୂଚନା ଥାଉକି, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକ ଫେଲ ମାରିଛି । ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ହଙ୍ଗାମା କରିବାରୁ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଦିନ ୧୨ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ପୋଡିୟମ ତଳେ ନାରାବାଜି କରିଥିଲେ ।
କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଓ ଏମଏସପି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ । ହଙ୍ଗାମା ପରେ ଗୃହକୁ ପ୍ରଥମେ ୫ ମିନିଟ୍ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ବିଜେପି ବିଧାୟକମାନେ କଳାବ୍ୟାଜ୍ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ । ବିଜେପି ବିଧାୟକ ପଚାରୁଥିବା ପ୍ରଶ୍ନକୁ ନାକଚ କରାଯାଉଥିବା ଅଭିଯୋଗ ଆଣି ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ