ଆଜି ପବିତ୍ର ହେରାପଞ୍ଚମୀ : ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ

Published By : Prameya-News7 Bureau | July 08, 2019 IST

ପୁରୀ ୮/୭: ଆଜି ହେରା  ପଞ୍ଚମୀ । ମହାପ୍ରଭୁଙ୍କ ରଥଯାତ୍ରାର ଏହି ଅନନ୍ୟ ପରମ୍ପରାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି ।  ମା ଲକ୍ଷ୍ମୀଙ୍କୁ  ସାଥିରେ ନଆଣି ଭାଇଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ଆସିଥିବାରୁ ଅଭିମାନ କରିଥିବା  ମା ଲକ୍ଷ୍ମୀ  ଆଜି ତାଙ୍କ ସ୍ବାମୀ କଳାଠାକୁରଙ୍କ ଉପରେ ରାଗ ସୁଝାଇବେ । ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ , ଆଉ ଶ୍ରୀମନ୍ଦିର ଫେରିବା ପୂର୍ବରୁ  ନନ୍ଦିଘୋଷ  ରଥ ଭାଙ୍ଗିଦେଇ ଯିବେ ।

ପରମ୍ପରା ମୁତାବକ ନନ୍ଦିଘୋଷର ଏକ ପଟା ଭଙ୍ଗାଯିବ । ଆଜିର ନୀତିବହୁଳ ଦିନଟି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।  ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି । ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ ।  ଆଡ଼ପମଣ୍ଡପ ତଥା ଜନ୍ମବେଦୀରେ ପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଏହାସହ ଆଡପ ଅଭଡା ପାଇବାକୁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସେହିପରି ଗତକାଲି ରାତିରେ ଜନ୍ମବେଦୀରେ ଶ୍ରୀବିଗ୍ରହଙ୍କ  ବନକଲାଗି ନୀତି ଅନୁଷ୍ଠିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.