ଚିନ୍ତାରେ ଗ୍ରାହକ, ବଢିଲା ସୁନା ଓ ରୂପା ଦର, ୧୦ ଗ୍ରାମ ପିଛା…
2/02/2023 at 5:58 PM

ନୂଆଦିଲ୍ଲୀ ୦୨।୦୨; ଗ୍ରାହକଙ୍କୁ ବଡ ଝଟକା ଦେବ ସୁନା ଦର । ବଜେଟ୍ ଶେଷ ହେଉ ହେଉ ସୁନା ଦରରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଛି । ବିଶ୍ବ ବଜାରରେ ଆଜି ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ଗୁରୁବାର ଦିଲ୍ଲୀରେ ୭୭୦ ଟଙ୍କା ବୃଦ୍ଧି ପାଇଛି ସୁନା ଦର । ଆଜିର ଦରକୁ ମିଶାଇ ୧୦ ଗ୍ରାମ ସୁନା ମୂଲ୍ୟ ୫୮ ହଜାର ୬୦୦ ଟପିଛି । ଏଥିସହିତ ରୂପା ଦରରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି ।
ରୂପା ଦର ଆଜି ୧ ହଜାର ୪୯୧ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୧ ହଜାର ୬୬୬ରେ ପହଞ୍ଚିଛି । ସେହିପରି ବିଶ୍ବ ବଜାରରେ ସୁନା ଦର ପ୍ରତି ଅନ୍ସ ପିଛା ୧୯୨୩ ଡଲାରକୁ ବୃଦ୍ଧି ପାଇଛି । କିନ୍ତୁ ବିଶ୍ବ ବଜାରରେ ରୂପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ରୂପା ଦର ପ୍ରତି ଅନ୍ସ ପିଛା ୨୩.୨୭ ଡଲାରକୁ ହ୍ରାସ ପାଇଛି।
ତେବେ ସୁନା ଓ ରୂପା ଦରକୁ ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେମାନେ କହିଛନ୍ତି ଯେ ସୁନାର ସ୍ପଟ୍ ମୂଲ୍ୟ ପୂର୍ବ ତୁଳନାରେ ୧୯୫୬ ଡଲାରରେ ଅଧିକ ଶକ୍ତିଶାଳୀ ରହିଥିଲା। ରୂପା ମଧ୍ୟ ୨୪.୧୫ ଡଲାରରେ ତୀବ୍ର ବୃଦ୍ଧି ପାଇଛି ।
ଯଦି ଆପଣ ସୁନାର ମୂଲ୍ୟ ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଘରେ ବସି ଜାଣିପାରିବେ । ଇଣ୍ଡିଆନ୍ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଅନୁଯାୟୀ, ଆପଣ କେବଳ ୮୯୫୫୬୬୪୪୩୩ରେ ମିସକଲ ଦେଇ ମୂଲ୍ୟ ଯାଞ୍ଚ କରିପାରିବେ ।