scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜି ଶ୍ରାଦ୍ଧ ବାର୍ଷିକୀ: ପ୍ରଥମ ସ୍ବାଧୀନତା ସଂଗ୍ରାମର ମହାନାୟକ ବକ୍ସି ଜଗବଂଧୁ

24/01/2019 at 9:03 PM

ଅ।ଙ୍ଗୁଳି ପ୍ରବେଶେ, ବାହୁ ପ୍ରବେଶ । ପ୍ରଥମେ କାକୁତି ମିନତି ହେଇ ପ୍ରବଶେ କଲେ ଅ।ଉ ତା’ପରେ ମାଡ଼ିବସିଲେ। ଇଷ୍ଟଇଣ୍ଡିଅ। କଂପାନୀ ଖେଦିଗଲା ସାରା ଭାରତ । ବିଭେଦ ସୃଷ୍ଟି କର ଓ ଶାସନ କର । ଭେଦୁଅ। ଓ ବିଶ୍ବାସଘାତକମାନଂକୁ କାମରେ ଲଗାଅ । ନ ହେଉଥିବା କାମ ବି ହେଇଯିବ । ଏଇ ନୀତିରେ ଭାରତବର୍ଷରେ ଶାସନ ଅ।ରଂଭ କଲା ଇଷ୍ଟଇଣ୍ଡିଅ। କଂପାନୀ । ସବା ଶେଷରେ ନଜର ପଡ଼ିଲା ବୀରମାଟି ଖୋର୍ଧା ଉପରେ । ଦୀର୍ଘ ୨୩୨ ବର୍ଷ ଧରି ଖୋର୍ଧା ଗଡ଼ ଥିଲା ଓଡ଼ିଶାର ରାଜଧାନୀ । ଅ।ଫଗାନ୍-ମୋଗଲମାନଂକ ଶାସନ ପରେ ମରହଟ୍ଟା ଓ ଶେଷରେ ମରହଟ୍ଟାଂକ ଠାରୁ ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶା ଓ ୧୮୦୪ ମସିହାରେ ଖୋର୍ଧା ଦୁର୍ଗ ଅଧିକାର କରିନେଲେ ।

୧୮୦୪ ଡିସେମ୍ବର ୧ ତାରିଖରେ ୧୦ହଜାର ଇଂରେଜ ସୈନ୍ୟ ତୋପ ଓ ଗୁଳିମାଡ଼ କରି ଖୋର୍ଧା ଗଡ଼ ଅ।କ୍ରମଣ କଲେ ଏବଂ ୩ ତାରିଖ ଦିନ ଗଡ଼ ମଧ୍ୟରେ ପ୍ରବେଶ କଲେ । ରାଜା ମୁକୁନ୍ଦ ଦେବ ଓ ସେନାପତି ଜୟୀ ରାଜଗୁରୁ ଓ ଗଡ଼ ଭିତରେ ଥିବା ୨ଶହ ପାଇକ ସେମାନଂକର ମୁକାବିଲା କରିପାରିଲେନି ଏବଂ ଗଡ଼ ଛାଡ଼ି ପଳାୟନ କଲେ । ଏହାପରେ ସୃଷ୍ଟି ହେଲା ଦୀର୍ଘବର୍ଷର ଶୂନ୍ୟତା ।

ବଢିଚାଲିଲା ଇଂରେଜମାନଂକ ଶୋଷଣ, କଷଣ, ଅନ୍ୟାୟ ଓ ଅତ୍ୟାଚାର ବଢିଚାଲିଲା। ଅତ୍ୟଧିକ ଖଜଣା ବୃଦ୍ଧି ଓ କରଭାର, କଉଡ଼ି ବଦଳେ ଟଂକାରେ ଖଜଣା ଅ।ଦାୟ, ଲବାଙ୍ଗୀ ଅ।ଇନ, ଏକଚାଟିଅ। ଲୁଣ ବ୍ୟବସାୟ ଯୋଗୁଁ ପ୍ରଜାମାନଂକର ଅ।ର୍ଥିକ ସ୍ଥିତି ଦୋହଲିଗଲା। ଇଂରେଜମାନଂକର ଶାସନନୀତି ଜାଗିରଦାର ଓ ବୃତ୍ତିଭୋଗୀମାନଂକର କାଳ ହେଲା। ପାଇକ ବହୁଳ ଖୋର୍ଧା ଅଂଚଳର ପାଇକମାନେ ଦେଶୀୟ ରାଜାମାନଂକ ଶାସନ ଅମଳରୁ ନିଷ୍କର ଜାଗିରି ଜମି ଭୋଗ କରିଅ।ସୁଥିଲେ। ସେମାନେ ଥିଲେ କୃଷକ-ସୈନିକ। ଚାଷ କରୁଥିଲେ ଓ ଯୁଦ୍ଧ ବି କରୁଥିଲେ। ସେମାନଂକର ଜମିଗୁଡ଼ିକୁ ଇଂରେଜ ସରକାର ଖାରଜ କରିଦେଲେ।  କରଭାର ଓ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ଯୋଗୁଁ ପ୍ରଜାମାନେ ଘରର କଂସାବାସନ ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହେଲେ । ପେଟ ପୋଷିବା ପାଇଁ ଲୋକେ ଘରଦ୍ବାର ଛାଡ଼ି ପଳାଇଲେ। ବହୁ ଗ୍ରାମ ଜନଶୂନ୍ୟ ହୋଇଗଲା ।

            ସେତେବେଳେ ବକ୍ସି ଜଗବଂଧୁ ବିଦ୍ୟାଧର ମହାପାତ୍ର ଥିଲେ ଖୋର୍ଧା ରାଜାଂକ ସେନାପତି । ସେନାପତି ପଦରେ ଥିବା ହେତୁ ରୋଡ଼ଙ୍ଗ ମାହାଲ ଜାଗିରି ସେ ପାଇଥିଲେ । ତାଂକର ଜାଗିରି ଜମି ମଧ୍ୟ ଇଂରେଜ ସରକାର ବାଜ୍ୟାପ୍ତି କରିଦେଲେ । ସାଧାରଣରେ ଥିବା ପୁଂଜିଭୂତ ଅସନ୍ତୋଷକୁ ଅ।ୟୁଧ କରି ବକ୍ସି ସମସ୍ତ ପ୍ରଜା ତଥା ପାଇକମାନଂକୁ ଏକାଠି କଲେ ଏବଂ ଇଂରେଜ ବିରୋଧରେ ଲଢେଇ ଅ।ରଂଭ କଲେ। ଏଇ ଗରିଲା ସଂଗ୍ରାମରେ ଥରହର ହେଲା ଇଂରେଜ ସେନା। ଏହାକୁ ପାଇକ ବିଦ୍ରୋହ ବୋଲି କୁହାଗଲେ ମଧ୍ୟ ବାସ୍ତବରେ ଏହା ଥିଲା ଏକ ସଶସ୍ତ୍ର ଗଣବିପ୍ଳବ। ସବୁ ଶ୍ରେଣୀର ଲୋକ ଏଥିରେ ସାମିଲ ହୋଇଥିଲେ। ଖଣ୍ଡା, ଢାଲ, ତରବାରି ଅ।ଦି ବିଭିନ୍ନ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ସମ୍ମୁଖ ଯୁଦ୍ଧ ହେଉ କି ଲୁଚିଛପି ଗରିଲା ଯୁଦ୍ଧ ବକ୍ସିଙ୍କ ପାଇକସେନା ସବୁଥିରେ ଧୁରନ୍ଧର ଥିଲେ ।

ଏହି ଯୁଦ୍ଧରେ ଇଂରେଜମାନଙ୍କର ନିଦ ହଜିଯାଇଥିଲା। ଯୁଦ୍ଧରେ ଉଭୟ ପକ୍ଷର ବହୁ ସୈନିକ ମୃତାହତ ହୋଇଥିଲେ। ଦୀର୍ଘ ୮ ବର୍ଷ ଧରି ଲାଗିରହିଥିବା ଏହି ଯୁଦ୍ଧ ଯୋଗୁଁ ବ୍ରିଟିଶ୍ ସରକାରର ବୁଦ୍ଧିବଣା ହେଇଯାଇଥିଲା। ଏପରିକି ଇଂଲଣ୍ଡରେ ମଧ୍ୟ ଏ ନେଇ ଚର୍ଚା ଅ।ରଂଭ ହୋଇଥିଲା। ଏହାପରେ ୧୮୨୭ରେ ତାପଙ୍ଗ ଦଳବେହେରାଂକ ନେତୃତ୍ବରେ ସଶସ୍ତ୍ର ମୁକ୍ତି ସଂଗ୍ରାମ ଓ ୧୮୩୬ରେ କୃତ୍ତିବାସ ପାଟ୍ଟଶାଣୀଙ୍କ ନେତୃତ୍ବରେ ହୋଇଥିବା ବିଦ୍ରୋହ ଇଂରେଜମାନଂକ ମେରୁଦଣ୍ଡ ଭାଂଗିଦେଇଥିଲା ।

ପାଇକ ବିଦ୍ରୋହର ବହୁ ପରେ ୧୮୫୭ ମସିହାରେ ଅ।ରଂଭ ହୋଇଥିଲା ସିପାହୀ ବିଦ୍ରୋହ, ଯାହାକି ମାତ୍ର ୨ ବର୍ଷ ମଧ୍ୟରେ ପ୍ରଶମିତ ହୋଇଯାଇଥିଲା । କୋଲକାତାର ବାରାକପୁରରୁ ଏହା ଅ।ରଂଭ ହୋଇଥିଲା । ଇଂରେଜମାନେ ବାରାକପୁର ଥିବା ବଂଗପ୍ରଦେଶକୁ ଓଡ଼ିଶା ଅ।ଗମନର ଶହେ ବର୍ଷ ପୂର୍ବରୁ ଦଖଲ କରିଥିଲେ । କିନ୍ତୁ ଇଂରେଜ ଶାସନର ଶହେ ବର୍ଷ ପରେ ବହୁ ବିଳମ୍ବରେ ସେଠାରେ ବିଦ୍ରୋହର ସୂତ୍ରପାତ ହେଲା । କିନ୍ତୁ ଓଡ଼ିଶାରେ ଇଂରେଜମାନଂକ ଅ।ଗମନ ମାତ୍ରେ ହିଁ ​ଇଂରେଜ ବିରୋଧୀ ଅଭିଯାନ ଅ।ରଂଭ ହୋଇଯାଇଥିଲା। ଏହା ହିଁ ଓଡ଼ିଅ।ମାନଂକ ସ୍ବାଧୀନଚେତା ମନୋଭାବ । 

   

            ପାଇକ ବିଦ୍ରୋହ ସମୟରେ ଖୋର୍ଧା, ବାଣପୁର, ଗଂଗପଡ଼ା, ପୁରୀ, କଣାସର ଦୋକନ୍ଦା, ପିପିଲି, ବାଳକାଟି, ଚନ୍ଦକା, କୁଜଙ୍ଗ ଅ।ଦି ବିଭିନ୍ନ ସ୍ଥାନରେ ସଶସ୍ତ୍ତର ସଂଗ୍ରାମ ଲାଗିରହି ଇଂରେଜ ସରକାରକୁ ଅସ୍ତବ୍ୟସ୍ତ କରିଦେଇଥିଲା। ତେବେ କୌଣସି ପରିସ୍ଥିତିରେ ବକ୍ସି ଜଗବଂଧୁ ଧରାପଡ଼ୁନଥିଲେ। ଏପରିକି ଗଡ଼ଜାତ ରାଜ୍ୟମାନଂକ ତରଫରୁ ବକ୍ସିଙ୍କୁ ସମ୍ମାନ, ସମର୍ଥନ ଅବ୍ୟାହତ ରହୁଥିବାରୁ ବ୍ରିଟିଶ୍ ସରକାର ଅ।ତଂକିତ ରହୁଥିଲେ। ବକ୍ସିଙ୍କୁ ସବୁ ବର୍ଗର ଲୋକେ ଭଲପାଉଥିଲେ, ଯାହାଫଳରେ ତାଂକର ଉପସ୍ଥିତି ସଂପର୍କରେ କୌଣସି ବିଶ୍ବାସଘାତକ ବି ଖବର ପାଇପାରୁନଥିଲେ। ଶେଷରେ ୧୮୨୫ ମସିହା ମେ ୨୭ ତାରିଖ ଦିନ ବାଧ୍ୟ ହୋଇ ଇଂରେଜ ସରକାର ତାଂକୁ ସମ୍ମାନଜନକ ଚୁକ୍ତିରେ ନୟାଗଡ଼ରୁ ପାଛୋଟି ଅ।ଣି କଟକରେ ଅଟକ ବନ୍ଦୀରେ ରଖିଲେ। ୧୮୨୯ ଜାନୁଅ।ରୀ ୨୪ ତାରିଖ ଦିନ ତାଂକର ପରଲୋକ ହୋଇଥିଲା। ଶୁଣାଯାଏ, ତାଂକ ଖାଦ୍ୟରେ ମୃଦୁ ବିଷ ମିଶାଇଦିଅ।ଯାଉଥିଲା, ଯାହାଫଳରେ ମାତ୍ର ୫୫-୫୬ ବର୍ଷ ବୟସରେ ତାଂକର ମୃତ୍ୟୁ ଘଟିଲା।     

  

ଏହା ଥିଲା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ ବିପ୍ଳବୀ ବୀର ବକ୍ସି ଜଗବଂଧୁଙ୍କର ଜୀବନଗାଥା । ୧୮୧୭ ପାଇକ ବିଦ୍ରୋହର ମୁଖ୍ୟ କଣ୍ଣଧାର ଥିଲେ ବକ୍ସି ଜଗବଂଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ତାଂକର ବଳିଷ୍ଠ ନେତୃତ୍ବ ଯୋଗୁଁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ମାନ୍ୟତା ମିଳିଛି, ତାହା ବିଳମ୍ବରେ ହେଉ ପଛେ । ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ଅବସରରେ ଏହି ସ୍ବୀକୃତି ବକ୍ସିଙ୍କ ପ୍ରତି ବଡ଼ ଶ୍ରଦ୍ଧାଂଜଳି ଏବଂ ଅ।ମ ଓଡ଼ିଅ।ମାନଂକ ପାଇଁ ଏକ ବଡ଼ ଉପଲବ୍ଧି ।

ସମରେନ୍ଦ୍ର ବଳିଅ।ରସିଂହ

   Related Posts