Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଦେଶରେ ଆଜି କରୋନାରୁ ସୁସ୍ଥ ହେଲେ ୭୦ ହଜାରରୁ ଅଧିକ ରୋଗୀ, ମୃତ୍ୟୁହାର ହ୍ରାସ ପାଇ ହେଲା ୧.୭୨ ପ୍ରତିଶତ

6/09/2020 at 5:36 PM

ନୂଆଦିଲ୍ଲୀ ୦୬।୦୭: ଦେଶରେ କରୋନା ଆକ୍ରାନ୍ତ ଦ୍ରୁତ ଗତିରେ ସୁସ୍ଥ ହେବାରେ ଲାଗିଛନ୍ତି। ଏହା ସହିତ ଦେଶରେ ସୁସ୍ଥହାର ବୃଦ୍ଧି ପାଇ ୭୭.୩୨ ପ୍ରତିଶତରେ ପହଞ୍ଚିଛି। ସେପଟେ ମୃତ୍ୟୁହାର ହ୍ରାସ ପାଇ ୧.୭୨ ପ୍ରତିଶତରେ ରହିଛି, ଯାହା ଦୁନିଆର ସବୁଠୁ କମ ମୃତ୍ୟୁହାର ମଧ୍ୟରୁ ଗୋଟିଏ।

ଦେଶରେ ସଂପ୍ରତି  ୮,୬୨,୩୩୦ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି, ଯାହା ମୋଟ୍‌ କେସ୍‌ର ୨୦.୯୬ ପ୍ରତିଶତ। ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପ୍ରତିଦିନ ସୁସ୍ଥ ହେଉଥିବା କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। କ୍ରମାଗତ ଦ୍ଵିତୀୟ ଦିନ ଭାରତରେ ଗୋଟିଏ ଦିନରେ ୭୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୭୩,୬୪୨ ସଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି। ଗୋଟିଏ ଦିନରେ ଏହା ସର୍ବକାଳୀନ ସୁସ୍ଥ ସଂଖ୍ୟା। ଏହାକୁ ମିଶାଇ ଦେଶରେ ସୁସ୍ଥ ହାର ବୃଦ୍ଧି ଘଟି ୭୭.୩୨ ପ୍ରତିଶତରେ ପହଞ୍ଚିଛି।

ମନ୍ତ୍ରଣାଳୟ କହିଛି ଭାରତର କୋଭିଡ୍-୧୯ ମୃତ୍ୟୁହାର ବିଶ୍ଵସ୍ତରରେ ସବୁଠୁ କମ୍ ମଧ୍ୟରେ ଏକ। ମୃତ୍ୟୁ ହାର ଆହୁରି କମିବା ଜାରି ରହିଛି। ଦେଶରେ ବର୍ତ୍ତମାନ ମୃତ୍ୟୁହାର ୧.୭୨ ପ୍ରତିଶତ ରହିଛି। ଠିକ୍  ହୋଇଥିବା ରୋଗୀଙ୍କ ସଂଖ୍ୟା ଉପଚାର ହେଉଥିବା ରୋଗୀଙ୍କଠୁ ୨୩, ୧୮, ୫୪୫ ରହିଛି।

   Related Posts