ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ମୋଦୀ, ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ, ୦୯।୦୯ :   ଆଜି ବ୍ରିକ୍ସ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶ ସମୂହର ବାର୍ଷିକ ସମ୍ମିଳନୀ ‘ବ୍ରିକ୍ସ’ରେ ଅଧ୍ୟକ୍ଷତା କରିବେ । ଡିଜିଟାଲ ମାଧ୍ୟମରେ ଆୟୋଜିତ ହେବାକୁ ଯାଉଥିବା ଏହି ବୈଠକରେ ଆଫଗାନିସ୍ତାନର ସ୍ଥିତି ଉପରେ ବ୍ୟାପକ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟୁଇଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସର ୧୩ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ବୈଠକରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମୀର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଏବଂ ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରେ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ, ସାରା ବିଶ୍ୱ ପାଇଁ ଆଫଗାନିସ୍ତାନ ସ୍ଥିତି ସଙ୍ଗଟ ଆଣିଦେଇଛି । ତାଲିବାନର ସରକାର ଗଠନ ପରେ ଏହା ବଢି ଯାଇଛି । ଆତଙ୍କବାଦୀଙ୍କ ହାତକୁ ଶାସନର ଡୋରି ଯିବା ପରେ ଭାରତ ସମେତ ଅନ୍ୟ ଦେଶ ଚିନ୍ତିତ ହୋଇପଡିଛନ୍ତି । ଆଫଗାନିସ୍ତାନ ମାଟିରୁ କୌଣସି ବଡ ଧରଣର ଆକ୍ରମଣ ଷଡଯନ୍ତ୍ର ହେବାର ମଧ୍ୟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.