ଚତୁର୍ଥ ମ୍ୟାଚ୍ରେ ଟସ୍ ଜିତିବା ଦଳର ପଲ୍ଲା ରହିବ ଭାରି, ଜାଣନ୍ତୁ କାହିଁକି ?
12/08/2023 at 5:45 PM

ନୂଆଦିଲ୍ଲୀ: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଚତୁର୍ଥ ମୁକାବିଲା ଆଜି ରାତି ୮ଟାରେ ଫ୍ଲୋରିଡ଼ାରେ ଖେଳାଯିବ। ଏହି ଷ୍ଟାଡିୟମରେ ସିରିଜ୍ର ଶେଷ ତଥା ପଞ୍ଚମ ମ୍ୟାଚ୍ ବି ଖେଳାଯିବ। ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ତୃତୀୟ ମ୍ୟାଚ୍ ଜିତି ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିଛି। ସଂପ୍ରତି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଘରୋଇ ଓ୍ଵେଷ୍ଟଇଣ୍ଡିଜ ୨-୧ରେ ଆଗୁଆ ରହିଛି।
ଅଧିକ ପଢନ୍ତୁ- କ୍ରିକେଟ ଇତିହାସରେ ପ୍ରଥମ, ଭାରତ ଜର୍ସିରେ ଲେଖାଯିବ ପାକିସ୍ତାନ
ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ମ୍ୟାଚ୍ ଶୁକ୍ରବାର ଫ୍ଲୋରିଡ଼ାର ଲଡରହିଲ୍ରେ ସେଣ୍ଟ୍ରାଲ ବ୍ରୋଭାର୍ଡ ରିଜନଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଖେଳାଯିବ। ଏହି ଗ୍ରାଉଣ୍ଡରେ ମୋଟ୍ ୧୪ଟି ମ୍ୟାଚ୍ ଖେଳାଯିବ। ଏଥିରୁ ୧୩ଟି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ଏହି ପଡ଼ିଆରେ ଦ୍ରୁତ ବୋଲରଙ୍କ ପ୍ରାଧ୍ୟାନ୍ୟ ରହିଛି ଏବଂ ୧୦୨ ଓ୍ଵିକେଟ୍ ହାସଲ କରିଛନ୍ତି। ସ୍ପିନର କେବଳ ୭୧ଟି ଓ୍ଵିକେଟ୍ ଦଖଲ କରିଛନ୍ତି।

ଏହି ଗ୍ରାଉଣ୍ଡରେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିଥିବା ଦଳ ମାତ୍ର ଦୁଇ ଥର ବିଜୟ ହାସଲ କରିଛନ୍ତି। ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୭୭ ରହିଛି। ଏହି ଷ୍ଟାଡିୟମରେ ଲକ୍ଷ୍ୟର ପିଛା କରିବାକୁ ଦଳ ପଛଘୁଞ୍ଚା ଦେଇଥାନ୍ତି। ତେଣୁ ଚତୁର୍ଥ ମ୍ୟାଚ୍ରେ ଟସ୍ ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି। ଏଥିସହ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ। ଏହି ଷ୍ଟାଡିୟମରେ ସାଧାରଣତଃ ମ୍ୟାଚ୍ର ଆରମ୍ଭରୁ ପିଚ୍ ବ୍ୟାଟରଙ୍କୁ ସୁହାଇଥାଏ, ମାତ୍ର ଯେମିତି ମ୍ୟାଚ୍ ଆଗକୁ ବଢିବ ପିଚ୍ ଧିମା ହୋଇଯାଏ।
ଅଧିକ ପଢନ୍ତୁ- Asia Cup 2023, ଖୁବଶୀଘ୍ର ଟିମ୍ ଘୋଷଣା କରିବ ବିସିସିଆଇ
ଭାରତ ତୃତୀୟ ମ୍ୟାଚ୍ ଜିତି ଥିଲେ ମଧ୍ୟ ଓ୍ଵେଷ୍ଟଇଣ୍ଡିଜ ଏବେ ମଧ୍ୟ ସିରିଜ୍ରେ ୨-୧ରେ ଅଗ୍ରଣୀ ରହିଛି। ଘରୋଇ ଦଳ ନିଜର ବ୍ୟାଟିଂକୁ ନେଇ ଚିନ୍ତାରେ ପଡ଼ିଛି। ନିକୋଲାସ ପୂରନଙ୍କୁ ବାଦ୍ ଦେଲେ ଓ୍ଵେଷ୍ଟଇଣ୍ଡିଜର ଅନ୍ୟ ବ୍ୟାଟର ଦଳକୁ ନିରାଶ କରିଛନ୍ତି। ତେଣୁ ପୂରନ ହିଁ ଏହି ସିରିଜ୍ରେ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ତାଙ୍କୁ ଶୀଘ୍ର ଆଜି ଆଉଟ୍ ନ କଲେ ସେ ଭାରତୀୟ ବୋଲରଙ୍କୁ ଚାପରେ ରଖିବାରେ ସଫଳ ହେବେ।