ବିନା ଲାଇସେନ୍ସରେ ଉତ୍ତର ପ୍ରଦେଶରେ ବିକି ପାରିବେ ନାହିଁ ତମ୍ବାକୁ ଓ ସିଗାରେଟ୍, ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି

Published By : Prameya-News7 Bureau | June 12, 2021 IST

ଲକ୍ଷ୍ନୌ ୧୨।୦୬: ଜନସଂଖ୍ୟା ହିସାବରେ ଦେଶର ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାଧ ନିୟନ୍ତ୍ରଣ କରିବା ଏବଂ ଅପରାଧୀଙ୍କୁ ଦଣ୍ଡିତ କରିବା ଦିଗରେ ଅଗ୍ରସର ହେଉଛନ୍ତି। ଏହି କ୍ରମରେ ଯୋଗୀ ସରକାର ତମ୍ବାକୁ, ସିଗାରେଟ୍ ଆଦିକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଲାଇସେନ୍ସ ନାହିଁ ତ ତମ୍ବାକୁ, ଗୁଟଖା ଓ ସିଗାରେଟ୍ ବିକି ପାରିବେ ନାହିଁ। ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ କେବଳ ସେହି ବିକ୍ରେତାଙ୍କୁ ତମ୍ବାକୁ, ସିଗାରେଟ୍ ଓ ଏହା ସମ୍ବନ୍ଧିତ ସାମଗ୍ରୀ ବିକିବାକୁ ଅନୁମତି ମିଳିବ ଯିଏ ନଗର ନିଗମଙ୍କଠୁ ଲାଇସେନ୍ସ ପାଇଥିବେ।

ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଭଲେଣ୍ଟ୍ରି ହେଲ୍‌ଥ ଆସୋସିଏସନ ଅଫ ଇଣ୍ଡିଆ ସ୍ଵାଗତ କରିଛି। ଏଥିରେ ରାଜ୍ୟର ଲୋକଙ୍କୁ ତମ୍ବାକୁର ଅପ ମିଶ୍ରଣରେ  ହେଉଥିବା କ୍ଷତିରୁ ବଞ୍ଚାଯାଇ ପାରିବ। ଏଥିସହ ଅଳ୍ପ ବୟସର ପିଲାଙ୍କୁ ତମ୍ବାକୁ ମିଳିବା ମୁସ୍କିଲ ହୋଇଯିବ। ଏହା ସହିତ ତମ୍ବାକୁ ଓ ସିଗାରେଟ୍ ବ୍ୟବହାର ହ୍ରାସ ପାଇବ।

ଏହି ସଂପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆମେ ଆଶା କରୁଛୁ ଅନ୍ୟ ରାଜ୍ୟ ଉତ୍ତର ପ୍ରଦେଶ ଦ୍ଵାରା ଲାଗୁ ଏହି ନିୟମକୁ ଅନୁସରଣ କରିବେ। ବିଶେଷ କରି ଅଳ୍ପ ବୟସର ପିଲାଙ୍କୁ ତମ୍ବାକୁ ସେବନରୁ ରକ୍ଷା କରି ପାରିବେ। କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ସମସ୍ତ ରାଜ୍ୟ ସରକାରଙ୍କୁ ଏକ ମାର୍ଗଦର୍ଶିକା ଜାରି କରି ତମ୍ବାକୁ ବିକ୍ରେତାଙ୍କ ଲାଇସେନ୍ସ ନଗରପାଳିକାଙ୍କ ଦ୍ଵାରା କରାଇବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.