ବଜେଟ୍ ୨୦୧୯-୨୦ : ୨୦୨୫ ସୁଦ୍ଧା ଅର୍ଥନୀତି ୫ ଟ୍ରିଲିଅନ ପହଞ୍ଚିବା ଲକ୍ଷ୍ୟ
5/07/2019 at 12:16 PM

ନୂଆଦିଲ୍ଲୀ ୫|୭: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ଥର ବ୍ରିଫକେସ୍ ବଦଳରେ ନାଲି କପଡା ବ୍ୟାଗ୍ ରେ ବଜେଟ୍ । ବଜେଟ୍ ର ନାଁ ବଦଳି ଦେଶର ବହିଖାତା ହୋଇଛି । ଲୋକସଭାରେ ବଜେଟ୍ ‘ଦେଶର ବହିଖାତା’ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।
ଖାଦ୍ୟ ସୁରକ୍ଷା ଯୋଜନାରେ ଦୁଇ ଗୁଣା ଅର୍ଥ ଖର୍ଚ୍ଚ ହୋଇଛି । ପ୍ରତ୍ୟେକ ମଣିଷ ପରିବର୍ତ୍ତନ ଅନୁଭବ କରୁଛନ୍ତି । ୫ବର୍ଷରେ କାମରେ ଅଗ୍ରଗତି ଆସିବ । ସରକାରୀ ପ୍ରକଳ୍ପକୁ ସହଜ କରାଯିବ । ପ୍ରଦୂଷଣମୁକ୍ତ ଦେଶ ଗଢିବାକୁ ଲକ୍ଷ୍ୟ । ସ୍ଥିର ଭାରତର କଳ୍ପନା ସାକାର ହୋଇଛି । ୫ବର୍ଷରେ ୨.୭ ଟ୍ରିଲିଅନ ଡଲାର ଅର୍ଥନୀତି ଛୁଇଁଛି । ୨୦୨୫ ସୁଦ୍ଧା ୫ ଟ୍ରିଲିଅନ ଡଲାର ଲକ୍ଷ୍ୟ ପୂରଣ ହେବ । ପ୍ରଦୂଷଣ ମୁକ୍ତ ଭାରତ ଗଢିବା ସରକାରଙ୍କ ଲକ୍ଷ୍ୟ । ଦେଶର ପ୍ରତିବ୍ୟକ୍ତି ପରିବର୍ତ୍ତନ ଅନୁଭବ କରୁଛି । ବିଶ୍ବରେ ଷଷ୍ଠ ବୃହତ ଅର୍ଥନୀତି ହୋଇପାରିଛି ଭାରତ । ୫ବର୍ଷରେ ଆଶା, ବିଶ୍ବାସ, ଆକାଂକ୍ଷା ବଢିଛି । ଭିତ୍ତିଭୂମି ବିକାଶ ଉପରେ ଆମର ଫୋକସ୍ । ଭାରତ ଏବେ ନିଯୁକ୍ତି ସୃଷ୍ଟିକାରୀ ଦେଶ ପାଲଟିଛି ।