ପରୀକ୍ଷାରେ ସଫଳତା ପାଇବା ପାଇବା ପାଇଁ ଚାହୁଁଛନ୍ତି କି : ତେବେ କରନ୍ତୁ ଏହି ସବୁ ଜିନିଷ

Published By : Prameya-News7 Bureau | December 04, 2018 IST

ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଏହିସବୁ ଜିନିଷ କରିବା ଦ୍ବାରା ପରୀକ୍ଷାରେ ସଫଳତା ମିଳିଥାଏ। ୧. ନିଜ ପଢ଼ା ରୁମରେ ବହି ,ଖାତା,କଲମ ଆଦି ଖୋଲା କରି ରଖନ୍ତୁ ନାହିଁ। ୨. ପଢ଼ା ରୁମରେ ବହିପତ୍ର ଓ ବ୍ୟାଗକୁ ଠିକ୍ ସ୍ଥାନରେ ରଖନ୍ତୁ। ଧ୍ୟାନ ରଖନ୍ତୁ ଯେ ପଢ଼ା ରୁମରେ ଯେପରି କୈାଣସି ଭଙ୍ଗା ଚୈାକି କିମ୍ବା ଟେବୁଲ୍ ନରହେ। ବହିଗୁଡ଼ିକ ଯେପରି ଛିଣ୍ଡିନଥାଏ। ପଢ଼ା ରୁମରେ ଧୂଳି ନ ହୋଇ ପରିଷ୍କାର ରହିବା ଉଚିତ୍। ପଢ଼ାରୁମକୁ ସବୁବେଳେ ପରିଷ୍କାର ପରିଛ୍ଛନ୍ନ ରଖିବା ଉଚିତ୍। ୩.ପଢ଼ା ଟେବୁଲରେ ନଖାଇ ଡାଇନିଂ ଟେବୁଲରେ ଖାଇବା ଉଚିତ୍। ସବୁ ବହି ବନ୍ଦ କରି କଡ଼ରେ ରଖିବା ଉଚିତ୍। ଡାଇନିଂ ଟେବୁଲରେ ମଧ୍ୟ ବହି ରଖିବା ଅନୁଚିତ୍। ୪.ପଢ଼ିବା ଆଗରୁ ଏବଂ ପଢ଼ିବା ପରେ ସଫଳତା ପାଇଁ ଭଗବାନଙ୍କୁ ପ୍ରଣାମ ଉର୍ଦ୍ଦେଶ୍ୟରେ ବହିକୁ ମୁଣ୍ଡରେ ଛୁଆଁଇବା ଉଚିତ୍। ୫. ବଡ଼ି ଭୋରରୁ ପଢ଼ିବା ଉଚିତ୍। କୁହାଯାଏ ବଡ଼ି ଭୋରରୁ ପଢ଼ିଲେ ସବୁ ପାଠ ପୂରା ସହଜରେ ମନେ ରହିଯାଏ। ଛାତ୍ରଛାତ୍ରୀମାନେ ଏହାକୁ ଦୈନନ୍ଦିନ ଜୀବନ ଶୈଳୀ ଭାବରେ ଅବଲମ୍ବନ କରିବା ଉଚିତ୍। ୬.ପାଠ ପଢ଼ିବାବେଳେ ସବୁବେଳେ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ବସିବା ଉଚିତ୍। ୭.ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବା ପାଇଁ ପ୍ରତି ଗୁରୁବାର ଦିନ ଗାଈକୁ ହଳଦିଆ ପେଡ଼ା ଖାଇବାକୁ ଦେବା ଉଚିତ୍। ୮.ଛାତ୍ରଛାତ୍ରୀମାନଙ୍କୁ ପ୍ରତି ବୁଧବାର ଦିନ ‘ଗଣେଶ ଚାଳିସା ’ ମନ୍ତ୍ର ଉଚ୍ଚାରଣ କରି ଗାଈ ଗୋରୁଙ୍କୁ ବେସନ ଲଡ଼ୁ ଅର୍ପଣ କରିବା ଉଚିତ୍। ୯.ଛାତ୍ରଛାତ୍ରୀମାନେ ଉତ୍ତର-ପୂର୍ବ କାନ୍ଥରେ ଦେବୀ ସରସ୍ବତୀଙ୍କ ଛବି ଲଗାଇବା ଉଚିତ୍। ୧୦.ପରୀକ୍ଷା ଦେବାକୁ ଯାଉଥିବାବେଳେ ଛାତ୍ରଛାତ୍ରୀମାନେ ମିଠା ଦହି କିମ୍ବା ମିଠା ଖାଇ ଘରୁ ବାହାରିବା ଉଚିତ୍। ୧୧.ପରୀକ୍ଷାରେ ଅଧିକ ନମ୍ବର ରଖିବା ପାଇଁ ନକଲ କରିବା ଅନୁଚିତ୍। କାରଣ ଏଥିରେ ମା ସରସ୍ବତୀ ରାଗିଯିବେ। ପରୀକ୍ଷାରେ ସଫଳତା ପ୍ରାପ୍ତି ପାଇଁ କଠିନ ପରିଶ୍ରମ ସହ ନିଜର ଦୃଢ଼ ଅଧ୍ୟବସାୟ ହିଁ କାମ ଦେଇଥାଏ। ୧୨.ଛାତ୍ରଛାତ୍ରୀମାନେ ସଫଳତା ପାଇଁ ପାଣି ସହ ଫୁଲ,ନାଲି ଚନ୍ଦନ ପାଉଡର,ଚାଉଳ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରିବା ଉଚିତ୍। ଏପରି କ୍ରମାଗତ କଲେ ଜୀବନ ସାରା ସଫଳତା ପ୍ରାପ୍ତି ହୋଇଥାଏ। ୧୩.ବଗିଚାରେ ବ୍ରାହ୍ମି ଗଛ ଲଗାଇଲେ ଏହା ଛାତ୍ରଛାତ୍ରୀମାନଙ୍କ ମନରେ ସକରାତ୍ମକ ପ୍ରଭାବ ପକାଇବା ସହ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ୧୪.କିଛି ପାଠ ମନେ ନ ରହୁଥିଲେ ଛାତ୍ରଛାତ୍ରୀମାନେ ନିଜ ପାଖରେ ସବୁବେଳେ କର୍ପୁରର ଗୋଟିଏ ଖଣ୍ଡ ଏବଂ ଫିଟକିରି  ରଖିବା ଉଚିତ୍। ଏହା ଦ୍ବାରା ସବୁ ଜିନିଷ ମନେ ରହିବା ସହ ନକରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦେଇ ନଥାଏ। ୧୫. ଏକାଗ୍ରତା ଆଣିବା ପାଇଁ ପଢ଼ା ରୁମକୁ ସବୁଜ ରଙ୍ଗର କନାରେ ଆଛ୍ଛାଦିତ କରନ୍ତୁ। ୧୬. ପଢ଼ା ରୁମର କାନ୍ଥରେ ନିମ୍ବ ଗଛକୁ ଝୁଲାଇ ରଖନ୍ତୁ । ଏହା ଦ୍ବାରା ପଢ଼ା ରୁମର ବାତାବରଣ ବିଶୁଦ୍ଧ ରହିବ ଏବଂ ବାହାରର ନକରାତ୍ମକ ଭାବ ଏହା ମଧ୍ୟ ଦେଇ ପ୍ରବେଶ କରିପାରିବ ନାହିଁ। ୧୭.ଯଦି ପ୍ରତି ଗୁରୁବାର ଦିନ ସିଦ୍ଧିଦାତା ଗଣେଶଙ୍କୁ ଦୁବ ଘାସ ଅର୍ପଣ କରିବେ ତେବେ ମସ୍ତିଷ୍କର ଅର୍ନ୍ତନିହିତ ଶକ୍ତିର ବୃଦ୍ଧି ଘଟିବ। ୧୮.ସବୁବେଳେ ବାହାରକୁ ବାହାରିବାବେଳେ ନିଜର ଡାହାଣ ପାଦକୁ ଆଗେ ବଢ଼ାନ୍ତୁ। ୧୯.ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମନ୍ଦିରରେ କ୍ଷୀର ଅର୍ପଣ କରନ୍ତୁ ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମନରେ ଆତ୍ମ-ବିଶ୍ବାସ ବଢ଼ିଥାଏ। ୨୦. ପଢ଼ିବାବେଳେ ଚପଲ କିମ୍ବା ଜୋତା ପିନ୍ଧନ୍ତୁ ନାହିଁ। ୨୧. କଅଁଳ ତେନ୍ତୁଳି ପତ୍ରକୁ ନିଜ ବହି ଭିତରେ ରଖିଲେ ଏହା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ୨୨. ‘ଅଷ୍ଟ ସରସ୍ବତୀ ଯନ୍ତ୍ର’କୁ ବେକରେ ପିନ୍ଧିବା ଦ୍ବାରା ବୈାଦ୍ଧିକ ବିକାଶ ଘଟିଥାଏ। ୨୩. ନିଜ ପଢ଼ା ରୁମର ଥାକରେ ମୟୁର ପର ରଖିଲେ ସ୍କୁଲ କଲେଜ ସବୁଠି ଛାତ୍ରର ଗୈାରବ ବୃଦ୍ଧି ହୋଇଥାଏ। ୨୪. ନିୟମିତ ଭାବରେ ତୁଳସୀ ପତ୍ର ସହିତ ମିଶ୍ରି ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ୨୫. ୧୨୫ଗ୍ରାମ୍ ବାଦାମ ଏବଂ ୧୨୫ଗ୍ରାମ୍ ପାନମଧୁରୀକୁ ଛୋଟ ଦାନାରେ ପରିଣତ କରି ମିଶ୍ରିତ କରନ୍ତୁ। ପ୍ରତିଦିନ ରାତିରେ ୧୨ଗ୍ରାମର ମିଶ୍ରଣକୁ ପାଣିରେ ମିଶାଇ ପିଅନ୍ତୁ। ଏହା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ,ଶରୀରକୁ ଫିଟ୍ ରଖିବା ସହ ଦୃଷ୍ଟିଶକ୍ତି ବୃଦ୍ଧି କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.