ସାଧାରଣତଃ ଗୁପଚୁପ ଖାଇବାକୁ ଝିଅମାନେ ବହୁତ ପସନ୍ଦ କରନ୍ତି। ଆଜିକାଲି ପୁଅମାନେ ମଧ୍ୟ ଗୁପ୍ଚୁପ୍ ଖାଇବାରେ ଆଗରେ ଅଛନ୍ତି। ଝିଅମାନେ ଗୁପଚୁପ ଖାଇବାରେ କୌଣସି ମଉକା ହାତଛଡା କରନ୍ତି ନାହିଁ। କିଛି ଲୋକଙ୍କ ଅନୁସାରେ ଗୁପ୍ଚୁପ୍ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ପ୍ରାୟତଃ ଡାକ୍ତରମାନେ ମଧ୍ୟ ଅଧିକ ଗୁପ୍ଚୁପ୍ ନଖାଇବା ପାଇଁ ପରାମର୍ଶ ଦିଅନ୍ତି। କିନ୍ତୁ ଏହି ଧାରଣା ରଖୁଥିବା ଲୋକମାନେ ଏହା ଜାଣିବା ଜରୁରୀ ଯେ, ଠିକ୍ ମାତ୍ରାରେ ଗୁପଚୁପ୍ ଖାଇଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେବେ ଗୁପ୍ଚୁପ୍ ଖାଇଲେ କଣ ଫାଇଦା ହୁଏ ଜାଣନ୍ତୁ।
{"id":124065}ଗୁପ୍ଚୁପ୍ ପାଣିରେ ଜଲଜିରା ପାଉଡର, ଗୋଲମରିଚ ଓ ଜିରା ପାଉଡର ମିଶିଥାଏ। କାରଣ ଏହା ପାଣିରେ ପଡିଲେ ପାଣିର ସ୍ବାଦ ବଢିଥାଏ। ତେଣୁ ଏହି ପାଣି ପିଇଲେ ଏସିଡିଟି, ବଦହଜମ୍ ଭଳି ସମସ୍ୟାର ସାମ୍ନା କରିବାକୁ ପଡେ ନାହିଁ। ଗୁପ୍ଚୁପ୍ ପାଣି ସହ ଖାଇଲେ ଏହା ଖାଇବା ହଜମ କରିବାରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ ଏହା ପାଚନ ପ୍ରକ୍ରିୟା ସଠିକ୍ କରିବାରେ ସାହଯୋଗ କରିଥାଏ। ବାନ୍ତି ହେବା ସମୟରେ ଗୁପ୍ଚୁପ୍ ଖାଇଲେ ଫାଇଦା ହୋଇଥାଏ।
{"id":124066}ସେହିଭଳି ପାଟିଭିତରେ ଯଦି ଫୋଟକା ବା ଘା’ ହୋଇଥାଏ ତାହେଲେ ଗୁପଚୁପ ଖାଇଲେ ତାହା ଶୀଘ୍ର ଶୁଖିଯାଇଥାଏ । ତେବେ ଅଧିକ ଗୁପଚୁପ ଖାଇବାବେଳେ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖିବା ଆବୂଶ୍ୟକ । ପାଣି କେଉଁଠାରୁ ବ୍ୟବହାର ହେଉଛି ସେଥିପ୍ରତି ସଜାଗ ରହିବା ଜରୁରୀ । ଏଥି ସହିତ ଗୁପଚୁପର ଠୋଲା ପ୍ରସ୍ତୁତ ହେଉଥିବା ସ୍ଥାନର ପରିଚ୍ଛନ୍ନତା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।
wp:heading {"level":1}