ନୂଆଦିଲ୍ଲୀ: ବିରୋଧଙ୍କ ଅଟକାଇବାକୁ ଭାରତୀୟ ଜନତା ପାର୍ଟିର ନୂଆ ପ୍ଲାନ୍ । ବିପକ୍ଷଙ୍କ ସମ୍ବିଧାନ ବଞ୍ଚାଅ ନାରାକୁ ଚେକ୍ ଦେବାକୁ ସମ୍ବିଧାନ ହତ୍ୟା ଦିବସ ପାଳିବ ବିଜେପି । ଆସନ୍ତା ବର୍ଷ ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ପାଳନ କରିବାକୁ ଘୋଷଣା କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଗେଜେଟ୍ ନୋଟିସ୍ ମଧ୍ୟ ଜାରି ହୋଇଛି । ଏହାଛଡ଼ା ସମ୍ବିଧାନକୁ ନେଇ ଲୋକଙ୍କୁ ସଚେତନ କରାଇବେ ମୋଦି ସରକାର ।
ଲୋକସଭା ନିର୍ବାଚନ ବେଳେ ମେଣ୍ଟ ଇଣ୍ଡିଆ ସମ୍ବିଧାନ ବଞ୍ଚାଅ ନାରା ନିର୍ବାଚନୀ ବୈତରଣୀକୁ ପାର୍ ହୋଇଛି । ବିଜେପି ସମ୍ବିଧାନକୁ ମୋଡିମକଚି ବିଲ୍ ପାସ୍ କରୁଥିବା କହିବା ଲୋକଙ୍କ ପାଖରେ ସମ୍ବିଧାନ ବଞ୍ଚାଅ ନାରା ପହଞ୍ଚାଇଥିଲା । ତେବେ ଇଣ୍ଡିଆ ବ୍ଲକର ଏହି ନାରାକୁ ବିଫଳ କରିବାକୁ ନୂଆ ପ୍ଲାନ୍ ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି । ସମ୍ବିଧାନ ପ୍ରଣୟନର ୭୫ ବର୍ଷ ଅବସରରେ ୧୯୭୫ ମସିହାରେ ଯେଉଁ ଦିନ କଂଗ୍ରେସ ଜରୁରୀକାଳ ଘୋଷଣା କରିଥିଲା ସେହି ଦିନକୁ ସମ୍ବିଧାନ ହତ୍ୟା ଦିବସ ପାଳିବାକୁ ଯାଉଛି ବିଜେପି ।
ଚଳିତ ସମ୍ବିଧାନ ପ୍ରଣୟନକୁ ୭୫ ବର୍ଷ ପୂର୍ଣ୍ଣ ହେଉଛି । ଭାରତର ସମ୍ବିଧାନକୁ ନେଇ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରିବ ବିଜେପି । ସାମ୍ବିଧାନ ମାନେ କ’ଣ ? ସମ୍ବିଧାନକୁ ନେଇ କିପରି ବିତର୍କ ହୁଏ । ସମ୍ବିଧାନକୁ ମଜବୁତ୍ କରିବାକୁ ସରକାର ଉଠାଇଥିବା ପଦକ୍ଷେପ ଲୋକଲୋଚନ ଆଣିବାକୁ ଚେଷ୍ଟା କରୁଛନ୍ତି । ଏହି ଅଭିଯାନକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନେତୃତ୍ବ ନେଇଛି । ଏହି କାର୍ଯ୍ୟକ୍ରମକୁ ସାରା ଦେଶରେ ଆୟୋଜିତ କରାଯିବ । ଏଥିରେ ବିଶେଷ କରି ଯୁବ ଗୋଷ୍ଠୀଙ୍କୁ ସାମିଲ୍ କରିବାକୁ ପ୍ରୟାସ କରିବେ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଏଥିରେ ସାମିଲ୍ ହୋଇପାରନ୍ତି ।
ଜାନୁଆରୀ ମାସରୁ ଏହି ଅଭିଯାନ ବିଭିନ୍ନ ସହରରେ ଆରମ୍ଭ ହେବ । ସମ୍ବିଧାନକୁ ନେଇ ଲୋକଙ୍କୁ ସରଳ ଭାଷାରେ ସଚେତନ କରାଯିବ । କାର୍ଯ୍ୟକ୍ରମରେ ସମସ୍ତଙ୍କୁ ନ୍ୟାୟ, ସବୁ ପରିବାରକୁ ନ୍ୟାୟ, ନବ ଭାରତ ନୂଆ ସଙ୍କଳ୍ପ ଏବଂ ଆଇନକୁ ନେଇ ସଚେତନା କରାଯିବ । ଆଇନ ମନ୍ତ୍ରାଳୟ ଉଚ୍ଚ ନ୍ୟାୟଳୟ, ବାର୍ ଆସୋସିଏସନ, ଆଇନ ବିଶ୍ବବିଦ୍ୟାଳୟ ସହାଯ୍ୟରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜିତ ଆରମ୍ଭ କରିବ ।