ନୂଆଦିଲ୍ଲୀ ୦୨/୮: ବର୍ଷାରେ ଓଦାହେବାକୁ ବିଶେଷ କରି ମଣିଷମାନେ ପସନ୍ଦ କରିଥାନ୍ତି । କିନ୍ତୁ ପଶୁ ଜନ୍ତୁ ଏହାକୁ ବହୁତ ଭୟ କରନ୍ତି । ଯେତେବେଳେ ପ୍ରବଳ ବର୍ଷା ହୁଏ, ଜୀବନ ବଞ୍ଚାଇବାକୁ ଏମାନେ କଲବଲ ହୋଇଥାନ୍ତି । ଏପରିକି ଦରକାର ପଡିଲେ ପଶୁ ପକ୍ଷୀମାନେ ଲୋକଙ୍କ ଘରେ ମଧ୍ୟ ପହଞ୍ଚି ଯାଆନ୍ତି । ତେବେ କେବେ କୌଣସି ଗରିଲା ମଣିଷଙ୍କ ନିକଟରେ ପହଞ୍ଚିଥିବା ଦେଖିନଥିବେ । ପ୍ରକୃତରେ ଏହା ବାସ୍ତବରେ ସତ୍ୟ ।
wp:html/wp:htmlFeeling miserable in the rain ? These gorillas too #euronews_in_English pic.twitter.com/YoAh72hZ31
— ناجي الطخيم (@Naji_alt) January 30, 2021
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ସମସ୍ତେ ତାଜୁବ ହୋଇଯିବେ । ଭିଡିଓଟିରେ ଗରିଲା ସେମାନଙ୍କ ଛୁଆକୁ କୋଳରେ ଧରି ଜନବସତିରେ ପହଞ୍ଚିଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ସେମାନେ କାହାରି କିଛି କ୍ଷତି କରନାହାଁନ୍ତି । ବର୍ଷାରୁ ବଞ୍ଚିବାକୁ ଏମାନେ କ’ଣ କରୁଛନ୍ତି । ବାହାରେ ବର୍ଷା ହେଉଥିବାରୁ ଗୋଟିଏ ଘରର ବାଲକୋନି ତଳେ ଚାରି ଗୋରିଲା ବସିଛନ୍ତି ।
ବର୍ଷା ନହେବା ପାଇଁ କିଛି ପିଲା ଏବଂ ପୁରୁଷ ମଧ୍ୟ ସେଠାରେ ବସିଛନ୍ତି । ଠିକ୍ ସେତିକିବେଳେ ମଣିଷଙ୍କ ଭଳି ଗରିଲା ମଧ୍ୟ ରାସ୍ତାକୁ ଚାହିଁ ଦେଖୁଛନ୍ତି ବର୍ଷା ଛାଡିଲା କି ନାହଁ । ଏହା ପରେ ଗରିଲା କାନ୍ଥ ପାର୍ଶ୍ୱରେ ବସି ରହୁଛନ୍ତି । ଯେପରି ଜଣେ ବ୍ୟକ୍ତି ଆରାମରେ ବସିରୁହନ୍ତି । ଏହା ପରେ ଆଉ ଏକ ଗରିଲା ଆସୁଥିବା ଦେଖାଯାଏ ଏବଂ ସେ ଉଠି ଅନ୍ୟ ପାର୍ଶ୍ୱକୁ ଚାଲିଯାଏ । ଏହିପରି ଭାବେ ଗରିଲାମାନେ ଛିଡାହୋଇଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।