Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଏହି ରାଜ୍ୟରେ ଅନଲାଇନ ଗେମିଂ ଉପରେ ଲାଗିବ ବ୍ୟାନ, ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ; ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନଜର

26/09/2022 at 10:21 PM

ଚେନ୍ନାଇ: ତାମିଲନାଡୁ କ୍ୟାବିନେଟ ସୋମବାର ରାଜ୍ୟରେ ଅନଲାଇନ ଗେମିଂ ଉପରେ ବ୍ୟାନ ଲଗାଇବା ପାଇଁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛି। ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ରାଜ୍ୟରେ ଅନଲାଇନ ଗେମିଂ ଉପରେ ବ୍ୟାନ ଲାଗୁ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ସୁପ୍ରିମକୋର୍ଟ ସେପ୍ଟେମ୍ୱର ୧୦ରେ ତାମିଲନାଡୁ ସରକାରଙ୍କ ଦ୍ୱାରା ମାଦ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଯାଚିକା ଉପରେ ନୋଟିସ ଜାରି କରିଥିଲେ । ଏହା ପୂର୍ବରୁ ତାମିଲନାଡୁ ସରକାର ଅନଲାଇନ ଗେମ ରମି ଏବଂ ପୋକର ଆଦି ଉପରେ ରୋକ ଲଗାଇଥିଲେ । କିନ୍ତୁ ମାଦ୍ରାସ ହାଇକୋର୍ଟ ଏହା ଆଇନକୁ ରଦ୍ଦ କରିଥିଲେ । ପରେ ରାଜ୍ୟ ସରକାର ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତାମିଲନାଡୁ ସରକାର ମାଦ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ହାଇକୋର୍ଟ ତାମିଲନାଡୁ ଗେମିଂ ଏବଂ ପୋଲିସ ଆଇନ(ଅଧିନିୟମ) ୨୦୨୧କୁ ରଦ୍ଦ କରିଥିଲେ । ଏହି ଖେଳକୁ ଅନିୟମିତ ରଖିବା ଉପରେ ରାଜ୍ୟ ସରକାର ନୂଆ ଆଇନ କରିପାରିବେ ବୋଲି ହାଇକୋର୍ଟ କହିଥିଲେ । ଅନ୍ୟପଟେ ତାମିଲନାଡୁ ସରକାର ଯୁକ୍ତି ରଖି କହିଥିଲେ ଯେ ଏହି ଅନଲାଇନ ଗେମରେ ବାଜି ଲଗାଇ କିଶୋର ଏବଂ ବୟସ୍କ ନିଜର ସମ୍ପୂର୍ଣ୍ଣ ଆୟକୁ ହରାଉଛନ୍ତି।

ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଏବଂ କର୍ଣ୍ଣାଟକ ପରି ରାଜ୍ୟ ସ୍କିଲ ଗେମ୍ସ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି । ତେବେ କର୍ଣ୍ଣାଟକ, ତାମିଲନାଡୁ ଏବଂ କେରଳ ହାଇକୋର୍ଟ ଅନଲାଇନ ସ୍କିଲ ଗେମିଂ ଉପରେ ବ୍ୟାନ ଲାଗୁ କରିବା ଆଇନରେ ଏପରି ସଂଶୋଧନକୁ ଅସମ୍ୱିଧାନିକ କହିଥିଲେ ।  

   Related Posts