ଦ୍ଵିତୀୟ ବିବାହ କରିବେ TMKOC ଶୋ’ର ନୂଆ ତାରକ୍, କିଏ ହେବେ ସଚିନ୍ଙ୍କ କନିଆ ?
22/02/2023 at 1:46 PM

ମୁମ୍ଵାଇ ୨୨।୦୨: ଟିଭିର ପପୁଲାର କମେଡି ଶୋ ‘ତାରକ ମେହେତା କା ଓଲଟା ଚଷମା’। ଏବେ ଶୋ’ର ନୂଆ’ ତାରାକ୍ ‘ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଗତ ବର୍ଷ ୨୦୨୨ରେ ଟିଭି ଅଭିନେତା ସଚିନ ଶ୍ରଫ ତାରକ ମେହେତା ଭାବରେ ଶୋ’ରେ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ଖବର ଆସିଛି କି ସଚିନ ଶ୍ରଫ ଫେବୃଆରୀ ୨୫ରେ ହାତକୁ ଦି ହାତ ହେବେ। ତେବେ ପ୍ରଶଂସକଙ୍କ ହୃଦୟରେ ସେମାନଙ୍କ ପ୍ରିୟ ତାରକଙ୍କ କନିଆ ବିଷୟରେ ଜାଣିବାକୁ ଖୁବ୍ ଉତ୍ସାହ।
ସଚିନ ଶ୍ରଫ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କଥାବାର୍ତ୍ତା କରନ୍ତ ନାହିଁ । ବର୍ତ୍ତମାନ ଅଭିନେତା ତାଙ୍କ ଜୀବନରେ ପ୍ରେମ ଏବଂ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ପୂରାପୁରି ପ୍ରସ୍ତୁତ । ଏହାପୂର୍ବରୁ ସଚିନ ଟିଭି ଅଭିନେତ୍ରୀ ଜୁହି ପରମାରଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା। ବିବାହର ନଅ ବର୍ଷ ପରେ ଦୁହେଁ ଜାନୁଆରୀ ୨୦୧୮ରେ ଅଲଗା ହୋଇଥିଲେ। ଏହି ଦମ୍ପତିଙ୍କର ୧୦ବର୍ଷର ଝିଅଅ ସମାୟରା ଅଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତାମାନେ ୨୫ ଫେବୃୟାରୀରେ ବିବାହ କରୁଛନ୍ତି। ତେବେ ବିବାହରେ କେବଳ ପରିବାର ସଦସ୍ୟ ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ସାମିଲ୍ ହେବେ । ଏହା ବ୍ୟତୀତ ଅଧିକ କିଛି ଜଣାପଡିନାହିଁ । ଏଯାଏଁ ଜଣାପଡିନାହିଁ ସଚିନ୍ କାହାକୁ ବିବାହ କରୁଛନ୍ତି। କୁହାଯାଉଛି କି କନିଆ ଇଣ୍ଡଷ୍ଟ୍ରିରୁ ନୁହନ୍ତି। ସେ ଜଣେ ଇଭେଣ୍ଟ ମ୍ୟାନେଜର ଏବଂ ଇଣ୍ଟେରିୟର ଡିଜାଇନର୍। ସଚିନଙ୍କ ଭଉଣୀର ବନ୍ଧୁ ହୋଇଥିବାର କୁହାଯାଉଛି।