ପୁଣି ତାରକ୍ ମେହତା ଶୋ’ କୁ ଝଟକା, ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ଡାଇରେକ୍ଟର

Published By : Prameya-News7 Bureau | January 03, 2023 IST

ମୁମ୍ବାଇ, ୦୩/୦୧: ତାରକ୍ ମେହତା ଉଲ୍ଟା ଚଷମା ଟିଭି ଜଗତର ସବୁଠୁ ଲୋକପ୍ରିୟ ହାସ୍ୟ ଧାରାବାହିକ। ବିଗତ କିଛି ସମୟରୁ ଏହି ଶୋ’ ଖୁବ୍ ଚର୍ଚ୍ଚାରେ ରହିଛି। ଅନେକ ନାମୀ କଳାକାର ଶୋ’ରୁ ବିଦାୟ ନେଇଛନ୍ତି। ଦିଶା ବକାଣୀ ଏବଂ ଶୈଲେଶ ଲୋଢ଼ାଙ୍କ ଭଳି ବଡ଼ କଳାକାରଙ୍କ ପରେ ଏବେ ତାରକ୍‌ ମେହତା ଡାଇରେକ୍ଟର ମାଲବ ରାଜଦା ମଧ୍ୟ ଶୋ’ ଛାଡ଼ିଛନ୍ତି।

ମାଲବ ରାଜଦା ତାରକ୍‌ ମେହତା କା ଉଲ୍ଟା ଚଷମା ଶୋ’କୁ ଗତ ୧୪ ବର୍ଷରୁ ନିର୍ଦେ୍ଦଶନା ଦେଇଆସୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଏତେ ଦିନ ଧରି ଲମ୍ବା ସମୟ ପରେ ସେ ଶୋ’ ଛାଡ଼ିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ଅନୁଯାୟୀ, ମାଲବ ରାଜଦା ୧୫ ଡିସେମ୍ବରରେ ତାରକ୍‌ ମେହତା ଶୋ’ର ଶେଷଥର ସୁଟିଂ କରିଥିଲେ। କୁହାଯାଉଛି ଶୋ’ର ପ୍ରଡକ୍ସନ ହାଉସ୍‌ ଏବଂ ଡାଇରେକ୍ଟରଙ୍କ ମଧ୍ୟରେ କିଛି ତିକ୍ତତା ରହିଥିଲା। ଅବଶ୍ୟ ରାଜଦା ଏହି ସବୁ ଅନୁମାନଙ୍କୁ ଅଗ୍ରାହ୍ୟ କରିଛନ୍ତି।

ତେବେ ସେ ନିଜ ଇଚ୍ଛାରେ ଶୋ’ ଛାଡ଼ିଛନ୍ତି ଏବଂ ନିଜକୁ ଆହୁରି ସଫଳ କରିବା ସହ ଆଗକୁ ବଢ଼ିବା ପାଇଁ ଏହି ନିଷ୍ପତ୍ତି ନେବା କହିଛନ୍ତି। ସେ ଆହୁରି କହିଛନ୍ତି ଏହି ଶୋ’ରୁ ତାଙ୍କୁ କେବଳ ପଇସା ଏବଂ ନାମ ନୁହେଁ ବରଂ ତାଙ୍କୁ ତାଙ୍କର ଜୀବନସାଥୀ ମଧ୍ୟ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.