ବୋମା ମାଡରେ TMC କର୍ମୀଙ୍କ ଜୀବନ ଗଲା,ସିପିଏମ୍‌କୁ ଦାୟୀ କଲା ତୃଣମୂଳ କଂଗ୍ରେସ

Published By : Prameya-News7 Bureau | May 13, 2024 IST

କୋଲକାତା ୧୩ /୫:  ସୋମବାର ଦେଶରେ ଲୋକସଭା ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ତେବେ ନିର୍ବାଚନ ଭିତରେ ବିଭିନ୍ନ ସ୍ଥାନରୁ ହିଂସା ଘଟଣା ସାମ୍ନାକୁ ଆସୁଛି । ଭୋଟିଂର ଗୋଟିଏ ଦିନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଉପରକୁ ବୋମାମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ପୂର୍ବ ବର୍ଦ୍ଧମାନର କେତୁଗ୍ରାମ ଅଞ୍ଚଳର ମିଣ୍ଟୁ ଶେଖ । 

ରବିବାର ବିଳମ୍ବିତ ରାତିରେ ମିଣ୍ଟୁ ଶେଖ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ବୋମା ମାଡ କରିଥିଲେ । ଦଳୀୟ କର୍ମୀଙ୍କ ମୃତ୍ୟୁ ପାଇଁ ସିପିଏମକୁ ଦାୟୀ କରିଛି ଟିଏମ୍‌ସି । ମାମଲକୁ ଗୁରୁତର ସହ ଗ୍ରହଣ କରି ନିର୍ବାଚନ ଆୟୋଗ ଆକ୍ସନ ନିଅନ୍ତୁ ବୋଲି ଦାବି କରିଛି ଟିଏମ୍‌ସି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.