୬ ମାସ ଭିତରେ ଗଡିବ ଟିଏମ୍‌ସି ସରକାର, ଇଡି ଓ ସିବିଆଇ କରୁଛନ୍ତି କାମ: ଶୁଭେନ୍ଦୁ ଅଧିକାରୀ

Published By : Prameya-News7 Bureau | August 18, 2022 IST

କୋଲକାତା: ମହାରାଷ୍ଟ୍ର ମେଣ୍ଟ ସରକାର ଗଡ଼ିବା ପରେ ଏବେ ପଶ୍ଚିମବଙ୍ଗ ଟିଏମ୍‌ସିକୁ ସରକାର ଗଡ଼ିବା ନେଇ ଆଗୁଆ ସୂଚନା ଦେଲେଣି ବିଜେପି ନେତା। ରାଜ୍ୟ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏପରି କହିଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ଟିଏମ୍‌ସି ସରକାର ରହିବ ନାହିଁ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଟିଏମ୍‌ସି ଦଳ ରାଜ୍ୟରେ ଏକ ପୋଷ୍ଟର ମାରିଥିଲା। ଯେଉଁଥିରେ ଲେଖାଥିଲ- ଆସନ୍ତା ୬ ମାସ ମଧ୍ୟରେ ନୂଆ ଓ ନବଗଠିତ ଟିଏମ୍‌ସି ସରକାର ଆସୁଛି। ଏହି ବୋଷ୍ଟରକୁ ନେଇ ଶୁଭେନ୍ଦୁ ଅଧିକାରୀ ଏଭଳି ମନ୍ତବ୍ୟ ଦେଇଛନ୍ତି।

ପୂର୍ବ ମେଦିନାପୁରକୁ ଆସି ଏହାରି ଉପରେ ପ୍ରତିକ୍ରିୟା ଦେଇ ପରୋକ୍ଷରେ ଟିଏମ୍‌ସି ନେତାଙ୍କୁ ଇଡି ଭୟ ଦେଖାଇଛନ୍ତି। ସେ କହିଛନ୍ତି “ ଇଡି ଓ ସିବିଆଇ ତାଙ୍କ କାମ କରୁଛନ୍ତି। ଏହି ଦଳ ଆଉ ୬ ମାସ ବି ତିଷ୍ଟି ରହିପାରିବ ନାହିଁ। ଡିସେମ୍ବର ସେମାନଙ୍କ ପାଇଁ ଶେଷ ସମୟ। ” ବର୍ତ୍ତମାନ ଟିଏମ୍‌ସି ଓ ମମତାଙ୍କୁ ନିକଟତର ନେତାମାନଙ୍କ ଉପରେ କେନ୍ଦ୍ରୀୟ ସଂସ୍ଥା ଚଢ଼ାଉ କରୁଛି। ଏହାକୁ ନଜରରେ ରଖି ଶୁଭେନ୍ଦୁ ଏପରି କହିଛନ୍ତି।

ମମତାଙ୍କର ଅତି ନିକଟତର ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଗିରଫ କରିଛି ସିବିଆଇ। ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ କଷ୍ଟୁଡିରେ ନେଇଛି ସିବିଆଇ। ସେପଟେ ମମତାଙ୍କ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମଧ୍ୟ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି ଇଡି। ତାଙ୍କ ଘରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନାଗହଣ ଜବତ ହୋଇଛି। ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲଗାଇ ଗୋଟିଏ ପରେ ଗୋଟିଏ ନେତାଙ୍କୁ ଟାର୍ଗେଟ୍ କରି ଟିଏମ୍‌ସି ଭାଙ୍ଗିବାକୁ ଚେଷ୍ଟା କରିବ ବୋଲି ରାଜୈନିତକ ସମାଲୋଚକମାନେ କହୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.