ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ରାଜ୍ୟସଭାରେ ଉପ ବାଚସ୍ପତିଙ୍କ ଆସନ ଉପରକୁ ‘ରୁଲ ବୁକ୍’ ଫିଙ୍ଗିଲେ ଡେରେକ ଓ’ ବ୍ରାୟନ, ନିଲମ୍ବିତ

21/12/2021 at 8:09 PM

ନୂଆଦିଲ୍ଲୀ ୨୧।୧୨:  ରାଜ୍ୟସଭାରୁ ତୃଣମୂଳ ସାଂସଦ ଡେରେକ ଓ’ ବ୍ରାୟନ ନିଲମ୍ବିତ ହୋଇଛନ୍ତି। ଚଳିତ ଶୀତ ଅଧିବେଶନର ଶେଷ ଭାଗରେ ସେ ଆଉ ଗୃହ କାର୍ଯ୍ୟରେ ଯୋଗଦେଇପାରିବେନି। ସଂସଦ ଉଚ୍ଚ ସଦନରେ ମଙ୍ଗଳବାର ନିର୍ବାଚନ ଆଇନ ବିଲ ୨୦୨୧ ଉପରେ ଆଲୋଚନା କାଳରେ ଓ’ବ୍ରାୟନ ସଂସଦ ନିୟମ ପୁସ୍ତିକା (ରୁଲ ବୁକ୍) ଉପ ବାଚସ୍ପତିଙ୍କ ଆସନ ଉପରକୁ ଫିଙ୍ଗିଥିଲେ। ତାଙ୍କର ଏପରି କାଣ୍ଡ କିଛିକ୍ଷଣ ଲାଗି ରାଜ୍ୟସଭାକୁ ନିରବ କରିଦେଇଥିଲା। ପରେ ତାଙ୍କୁ ସଂସଦର ବାକି ଅଧିବେଶନରୁ ନିଲମ୍ବନ କରାଯାଇଛି।

ଗୃହରେ ଓ’ବ୍ରାୟନଙ୍କ ଏପରି କାଣ୍ଡ ଲାଗି ସଂସଦୀୟ କାର୍ଯ୍ୟ ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ଗୃହୀତ ହେବା ସହ ରାଜ୍ୟସଭା ବାକି ଅଧିବେଶନରୁ ତାଙ୍କୁ ନିଲମ୍ବନ କରାଯାଇଛି। କୁହାଯାଉଛି ରାଜ୍ୟସଭାରେ ଆଲୋଚନା କାଳରେ ଓ’ବ୍ରାୟନ କୌଣସି କଥାକୁ ନେଇ ଅସହମତ ଥିଲେ। ଏଥିରେ ଉତ୍ତେଜିତ ହୋଇ ସେ ବାଚସ୍ପତିଙ୍କ ଆସନ ଉପରକୁ ରୁଲ ବୁକ୍ ଫିଙ୍ଗି ଦେଇଥିଲେ।

ପ୍ରସଙ୍ଗରେ ଓ’ବ୍ରାୟନ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଗତ ଥର ସଂସଦରେ କୃଷି ବିଧେୟକ ଆଲୋଚନା କାଳରେ ମୋତେ ସଂସଦରୁ ନିଲମ୍ବନ କରାଯାଇଥିଲା। ସେତେବେଳେ ଗୃହରେ କୃଷି ବିଲକୁ ବିରୋଧ କରିଥିଲି। ତା ପରେ ଯାହା ସବୁ ହେଲା ଆମେ ସବୁ ଜାଣେ।   ଆଜି ବିଜେପି ପୁଣି ଥରେ ନିର୍ବାଚନ ଆଇନ ବିଲ ୨୦୨୧ କୁ କୃଷି ଆଇନ ଭଳି କରାଇବନେବାକୁ ଉଦ୍ୟମ କରୁଥିଲା।  ବିରୋଧ କରିବାରୁ ପୁଣି ଥରେ ନିଲମ୍ବିତ ହୋଇଛି। ଆଶା କରୁଛି ଏହି ଆଇନ ମଧ୍ୟ ଖୁବ୍ ଶୀଘ୍ର ପ୍ରତ୍ୟାହାର କରିବାକୁ ସରକାର ବାଧ୍ୟ ହେବେ। 

ଏହା ପୂର୍ବରୁ ବିରୋଧୀଙ୍କ ଆଲୋଚନା କାଳରେ ଆଧାରକୁ ଭୋଟର ସୂଚୀ ସହ ସଂୟୁକ୍ତ କରାଗଲେ ଭିନ୍ନ ଭିନ୍ନ ସ୍ଥାନରେ ଜଣେ ବ୍ୟକ୍ତିର ନାମକୁ ନେଇ ଥିବା ସମସ୍ୟାର ସମାଧାନ ହୋଇଯିବ ବୋଲି ସରକାରୀ ସୂତ୍ର  କହିଥିଲେ।  ଏଥିରୁ ମତଦାତା ସୂଚୀ ଅନେକାଂଶରେ ସ୍ୱଚ୍ଛ ହୋଇପାରିବ ବୋଲି କୁହାଯାଇଥିଲା। ତେବେ ଏଥିପାଇଁ ନିର୍ବାଚନ ଆଇନ ୨୦୨୧ (ସଂଶୋଧନ) କୁ ଗୃହୀତ କରାଯାଇଛି। ତେବେ ଦିନକ ପୂର୍ବରୁ ଲୋକସଭାରେ ନିର୍ବାଚନ ବିଧି (ସଂଶୋଧନ) ବିଧେୟକ କୁ ଏକ ସଂକ୍ଷିପ୍ତ ଚର୍ଚ୍ଚା ପରେ ବିଧେୟକକୁ ଗୃହୀତ କରାଇ ଦିଆଯାଇଥିଲା ।  

   Related Posts