ବଙ୍ଗାଳୀଙ୍କୁ ମାଛ ରାନ୍ଧି ଖାଇବାକୁ ଦେବା ମନ୍ତବ୍ୟରେ ପରେଶକୁ ଟିଏମ୍‌ସିର ଟାର୍ଗେଟ୍‌: କ୍ଷମା ମାଗିଲେ ଅଭିନେତା

Published By : Prameya-News7 Bureau | December 02, 2022 IST

ଗାନ୍ଧୀନଗର: ଗୁଜୁରାଟରେ ନିର୍ବାଚନ ପ୍ରଚାର ବେଳେ ବିବାଦରେ ଫସିଲେ ବିଜେପି ସାଂସଦ ତଥା ଅଭିନେତା ପରେଶ ରାୱଲ। ବଙ୍ଗାଳୀଙ୍କ ଖାଦ୍ୟପେୟକୁ ନେଇ କମେଣ୍ଟ କରି ଫସିଛନ୍ତି ପରେଶ। ଯାହାକୁ ନେଇ ଟିଏମ୍‌ସି କଡ଼ା ସମାଲୋଚନା କରିବା ପରେ କ୍ଷମା ମାଗିଛନ୍ତି ଅଭିନେତାରୁ ନେତା ହୋଥିବା କମେଡିଆନ୍‌ ପରେଶ ରାୱଲ୍।

ଏହି ଘଟଣା ମଙ୍ଗଳବାର ଦିନ ଘଟିଛି। ବିଜେପି ପକ୍ଷରୁ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧନ କରି ପରେଶ କହିଛନ୍ତି “ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଅଧିକ ରହିଛି। ହେଲେ ଦିନେ ଏହାର ମୂଲ୍ୟ କମିବ। ଲୋକମାନେ ବି ନିଯୁକ୍ତି ପାଇବେ। କିନ୍ତୁ କଣ ହେବ ଯେତେବେଳେ ବାଂଲାଦେଶୀ ଓ ରୋହିଙ୍ଗିଆମାନେ ଆପଣଙ୍କ ଚାରିପାଖରେ ବାସ କରିବାକୁ ଲାଗିବେ। ଦିଲ୍ଲୀ ଭଳି? ସେତେବେଳେ ଗ୍ୟାସ୍‌ ସିଲିଣ୍ଡର ନେଇ ଆପଣ କରିବେ? କଣ ବଙ୍ଗାଳୀମାନଙ୍କ ପାଇଁ ମାଛ ଭାଜିବେ ?”

wp:html /wp:html

ପରେଶଙ୍କର ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସି। ଦଳର ଆଇଟି ମୁଖ୍ୟ ଦେବାଂଶୁ ଭଟ୍ଟାଚାର୍ଯ୍ୟ କହିଛନ୍ତି “ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ବର୍ଦ୍ଧିତ ମୂଲ୍ୟକୁ ବିରୋଧ କରି ମୋଦି ଜୀ କ୍ଷମତାକୁ ଆସିଥିଲେ। କଣ ପରେଶ ରାୱଲ ଏକଥା ଭୁଲିଗଲେ? ଯେତେବେଳେ ଗ୍ୟାସ୍ ମୂଲ୍ୟ ବଢ଼େ ସେତେବେଳେ ଏଥିରେ ଉଭୟ ହିନ୍ଦୁ ଓ ମୁସଲମାନ ପ୍ରଭାବିତ ହୁଅନ୍ତି। ଓ ମାଇଁ ଗଡ୍ ଭଳି ଫିଲ୍ମ ତିଆରି କରିଥିବା ଅଭିନେତା ପରେଶ ରାୱଲ ଜାତିବାଦ ବ୍ୟବସାୟ ବିରୋଧରେ ବିକ୍ଷୋଭ କରିବା ଅତି ଲଜ୍ଜାର କଥା। ଗୁଜୁରୁଟାର କେବଳ ଦୁଇଟି ଭୋଟ୍ ପାଇଁ ଏଭଳି କଥା କହୁଛନ୍ତି।?”

wp:html /wp:html

ସେ ମନେ ରଖିବା ଉଚିତ୍ ଯେ ତାଙ୍କ ଫିଲ୍ମ ବି ବେଙ୍ଗଲିରେ ରିଲିଜ୍ ହେଉଛି। ଏଭଳି କହିବା ଅତି ଲଜ୍ଜାକର ଯେ ଗ୍ୟାସ୍ ମୂଲ୍ୟ ହ୍ରାସ ହେଲେ କଣ କରିବ କଣ ବଙ୍ଗାଳୀଙ୍କୁ ମାଛ ରାନ୍ଧି ଖାଇବାକୁ ଦେବ ?

ଏପଟେ ସମାଲୋଚନାର ଶିକାର ହେବା ପରେ ଟ୍ୱିଟ୍ କରି କ୍ଷମା ମାଗିଛନ୍ତି ପରେଶ ରାୱଲ୍। ସେ ଲେଖିଛନ୍ତି “ ମାଛ ରାନ୍ଧିବା କଥା ଗୋଟେ ବଡ଼ କଥା ନୁହେଁ। ଗୁଜରାଟୀମାନେ ବି ମାଛ ରାନ୍ଧନ୍ତି ଓ ଖାଆନ୍ତି। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋ ବଙ୍ଗାଳି କହିବାର ଉଦ୍ଦେଶ୍ୟ ବେଆଇନ୍ ଭାବେ ଆସୁଥିବା ବାଂଲାଦେଶୀ ଓ ରୋହିଙ୍ଗିଆମାନଙ୍କୁ ଥିଲା। କିନ୍ତୁ ତଥାପି ଯଦି ମୁଁ ଆପଣଙ୍କର ଭାବାବେଗକୁ ଆଘାତ ପହଞ୍ଚାଇଛି ତେବେ ମୋତେ କ୍ଷମା କରିବେ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.