ମେଘାଳୟରେ ବିଧାନସଭା ନିର୍ବାଚନ; ଟିଏମସି ଜାରି କଲା ୫୨ ପ୍ରାର୍ଥୀଙ୍କ ତାଲିକା

Published By : Prameya-News7 Bureau | January 06, 2023 IST

କୋଲକାତା: ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ତୃଣମୂଳ କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୫୨ ପ୍ରାର୍ଥୀଙ୍କ ସୂଚୀ ପ୍ରକାଶ କରିଛନ୍ତି ମମତା ବାନାର୍ଜୀ । ଏନେଇ ଏଆଇଟିସି ମେଘାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଚଳିତ ବର୍ଷ ୬୦ ଆସନ ବିଶିଷ୍ଟ ମେଘାଳୟରେ ବିଧାନସଭା ନିର୍ବାଚନ ହେବ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳମାନେ ଗଡ଼ ଜିତିବାକୁ କସରତ ଆରମ୍ଭ କରିଦେଲେଣି । ବିଜେପି, କଂଗ୍ରେସ ଓ ଟିଏମସି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ  ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ୫୨ଜଣ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି । ନିର୍ବାଚନ ପାଇଁ ଅଧିକ ସମୟ ରହିଥିବାରୁ ମେଘାଳୟରେ ଟିଏମସି ଆଶାଜନକ ଆସନ ହାସଲ କରିବ ବୋଲି ମେଘାଳୟ ଟିଏମସି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.