Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରେସଲରଙ୍କ ସମର୍ଥନରେ କୋଲକାତାରେ TMCର ରାଲି, ମମତା କହିଲେ…

31/05/2023 at 8:54 PM

କୋଲକାତା: ଆମେ ଆମର ରେସଲରଙ୍କୁ ନେଇ ଗର୍ବିତ। ଦିଲ୍ଲୀରେ ଆନ୍ଦୋଳନରତ ରେସଲରଙ୍କ ସମର୍ଥନରେ ବୁଧବାର କୋଲକାତାରେ ତୃଣମୂଳ କଂଗ୍ରେସ(ଟିଏମସି) ଦ୍ଵାରା ଆୟୋଜିତ ରାଲିରେ ଯୋଗ ଦେଇ ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମହିଳା ରେସଲରଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାରେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଦଫଦାରୀ ଦାବିରେ ରେସଲରମାନେ ଆନ୍ଦୋଳନ ଚଳାଇଛନ୍ତି। ଏବେ ରେସଲରଙ୍କ ସମର୍ଥନରେ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବ୍ରିଜଭୂଷଣଙ୍କୁ ଗିରଫ କରିବ ନାହିଁ କାରଣ ସେ ବିଜେପିର ନେତା। ଏହା ଦେଶ ପାଇଁ ବହୁତ ଲଜ୍ଜାଜନକ କଥା ଯେ, ଆମର ରେସଲର ପଦକ ଭସାଇବା ପାଇଁ  ହରିଦ୍ଵାର ପହଞ୍ଚିଗଲେ, କିନ୍ତୁ ଅଭିଯୁକ୍ତ କରାଯାଉ ନାହିଁ ବୋଲି ମମତା କହିଛନ୍ତି।

ଉଲ୍ଲେଖନୀୟ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତା ଭିନେଶ ଫୋଗାଟ ମଙ୍ଗଳବାର ନିଜ ନିଜର ପଦକ ଗଙ୍ଗା ନଦୀରେ ଭସାଇବା ପାଇଁ ହରିଦ୍ଵାର ଯାଇଥିଲେ। ହେଲେ ସେମାନଙ୍କୁ ଏମିତି କରିବାକୁ ଅଟକାଇଥିଲେ କୃଷକ ନେତା ନରେଶ ଟିକାୟତ। ବହୁ ସମୟ ବୁଝାସୁଝା ପରେ କୁସ୍ତିଯୋଦ୍ଧାମାନେ ନିଜର ସମସ୍ତ ପଦକକୁ ନରେଶ ଟିକାୟତଙ୍କ ହାତରେ ଟେକି ଦେଇ ହରିଦ୍ଵାରରୁ ଫେରି ଆସିଛନ୍ତି।

Mamata Banerjee takes to streets to protest 'manhandling' of wrestlers in  Delhi | Deccan Herald

ମମତା ବାନାର୍ଜୀ କହିଛନ୍ତି, ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷଙ୍କ ଗିରଫ ଦାବିରେ ଟିଏମସି ନିଜର ବିରୋଧ ପ୍ରଦର୍ଶନ ଜାରି ରଖିବ। ଏଥିସହ ରେସଲରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜୁନ ୧ ତାରିଖ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାର କରାଯିବ ବୋଲି ମମତା କହିଛନ୍ତି।

ମମତା ଏହା ମଧ୍ୟ କହିଛନ୍ତି, ସେ ଆନ୍ଦୋଳନରତ ରେସଲରଙ୍କ ସହ କଥା ହୋଇ ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଆମେ ବିରୋଧ ପ୍ରଦର୍ଶନ ଜାରି ରଖିବାର ନିଷ୍ପତ୍ତି ନେଇଛୁ। ଆମ ପାର୍ଟି ରେସଲରଙ୍କ ସମର୍ଥନ ପାଇଁ ଦିଲ୍ଲୀ ଯିବ ବୋଲି ମମତା ବାନାର୍ଜୀ କହିଛନ୍ତି।

ଏ ଖବର ପଢ- ଆମେ ଖେଳାଳିଙ୍କ ସହ ରହିଛୁ, ହେଲେ ନିୟମ ଅନୁଯାୟୀ ଯାଞ୍ଚ ହେବ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

   Related Posts